13.1 C
Bhubaneswar
Monday, December 15, 2025
Homeଓଡିଶାଭିଜିଲାନ୍ସ ହାତରେ ଯନ୍ତ୍ରୀ

ଭିଜିଲାନ୍ସ ହାତରେ ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ବଡ଼ ଧରଣର ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱର, ପୁରୀ, କଟକ, ଅନୁଗୁଳ, ବଲାଙ୍ଗୀରରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ତଢା‌ଉ। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୮ଜଣ ଡିଏସପି, ୬ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଏହି ରେଡ୍। ସୂଚନା ଥାଉକି, ଗତକାଲି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଆରଡବ୍ଲ୍ୟୁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢୀ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବଥର୍ଲା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ବିଲ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking