33.1 C
Bhubaneswar
Monday, February 23, 2026
Homeଓଡିଶାଆକ୍ସନ ମୁଡରେ ଭିଜିଲାନ୍ସ

ଆକ୍ସନ ମୁଡରେ ଭିଜିଲାନ୍ସ

ଭୁବନେଶ୍ୱର: ଅଧିକାରୀଙ୍କ ଶିରା ଶିରାରେ ଦୁର୍ନୀତି । ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖି କହିଛନ୍ତି, ଆକ୍ସନ ମୁଡରେ ଭିଜିଲାନ୍ସ । ଜାନୁଆରୀ ୨୦୨୩ରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ଦୁର୍ନୀତି ମାମଲାରେ ହୋଇଛି ଦଣ୍ଡ ବିଧାନ । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି ସରକାର । ସରକାରୀ କୋଷାଗାରରେ ୩୨ ଲକ୍ଷ ୫୦ ହଜାର ୮୪୪ ଟଙ୍କା ଜମା ହୋଇଛି ।ଅନ୍ୟପଟେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ଗତ ୫ ବର୍ଷରେ ୩୧୦ ସରକାରୀ ଅଧିକାରୀ ଓ କର୍ମଚାରୀ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଆର୍ଥିକ ଅନିୟମିତତା ପାଇଁ ଗିରଫ ହୋଇଛନ୍ତି । ୨୨ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ଦିଆଯାଇଛି । ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ହୋଇଛି ଜବତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking