26.1 C
Bhubaneswar
Saturday, March 14, 2026
Homeଓଡିଶାଭିଜିଲାନ୍ସ ହାତରେ ଧରାପଡିଲେ ଧର୍ମଶାଳା ଅତିରିକ୍ତ ବିଡ଼ିଓ 

ଭିଜିଲାନ୍ସ ହାତରେ ଧରାପଡିଲେ ଧର୍ମଶାଳା ଅତିରିକ୍ତ ବିଡ଼ିଓ 

ଯାଜପୁର : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ର ଏ ବିଡିଓ ଆସିତି କୁମାର ପାତ୍ର ଭିଜିଲାନ୍ସ ବିଭାଗ ହାତ ରେ ଧାରା ପଡିଛନ୍ତି ସେ ସୁକିନ୍ଦା କୋରାଇ ରସଲ ପୂର୍ ଓ ଧର୍ମଶାଳା ବ୍ଲକ୍ ରେ ଥିଲା ବେଳେ ବେ ନିୟମ କାର୍ଯ୍ୟ କରି ଉତ୍କୋଚ ନେଇ ଆୟ ବର୍ହିଭୁତ ସଂପତ୍ତି ଅର୍ଜନ କରିଚନ୍ତି । ଏବେ ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ । ଶ୍ରୀ ପାତ୍ର ଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନ ରେ ଥିବା ବାସ ଗୃହ ଉପର ଭିଜିଲାନ୍ସ ରେଡ୍ ଚାଲିଛି। ଯାଜପୁର ଜିଲ୍ଲା ସୁନ୍ଦରିମୁହାଣ ସ୍ଥିତ ଗରଡେଶ୍ଵରରେ ପୈତୃକ ଘର, କାର୍ଯ୍ୟାଳୟ, ସରକାରୀ କ୍ଵାର୍ଟର ସହିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । କଟକ, ଭଦ୍ରକ ଓ ଭୁବନେଶ୍ଵରରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସାନବନସ୍ତ ଗାଁର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲ୍ସା ଟିମ୍ । ଚଢ଼ାଉରେ ଯାଜପୁର ରୋଡ୍ ସ୍ଥିତ କହ୍ନେଇପୁରର ଚୋରଡ଼ାରେ ଏକ ୪ ମହଲା କୋଠା ଠାବ ହୋଇଛି । ଭୁବନେଶ୍ଵର ଚନ୍ଦ୍ରଶେଖରପୁରରେ ଏକ ପ୍ଲଟ, କଟକ ଜିଲ୍ଲାର ଚାଉଳିଗଞ୍ଜରେ ଫ୍ଳାଟ ଠାବ ହୋଇଛି । ଧର୍ମଶାଳା ବ୍ଲକରେ 8ଜଣ ଡିଏସପି ଓ 9ଜଣ ଇନ୍ସେପେକ୍ଟର ଯାଞ୍ଚ କରୁଛନ୍ତି ସମସ୍ତ ପ୍ରକାର କାଗଜ ପତ୍ର ଯାଞ୍ଚ କରୁଛନ୍ତି। ଯାଜପୁର ରୋଡ଼ ଦାନଗଦି ଅଞ୍ଚଳ ରେ ଥିବା କୋଠା ଘର ପ୍ଲଟ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି l 200ଗ୍ରାମ ସୁନା ଗହଣା, ନଗଦ 1ଲକ୍ଷ 85ହଜାର ଟଙ୍କା ଓ ବାଙ୍କ ଡିପୋଜିଟି 65ଲକ୍ଷ ଭିଜିଲାନ୍ସ ବିଭାଗ ସିଜି କରିଛନ୍ତି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking