16.1 C
Bhubaneswar
Saturday, December 6, 2025
Homeଓଡିଶାଲାଞ୍ଚ ନେବାବେଳେ ଫାଣ୍ଡି ଅଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ

ଲାଞ୍ଚ ନେବାବେଳେ ଫାଣ୍ଡି ଅଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ

ବାଲେଶ୍ବର: ଲାଞ୍ଚ ନେବାବେଳେ ଫାଣ୍ଡି ଅଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ବାଲେଶ୍ବର ସୋର ଥାନା ଅଧିନ ଅନନ୍ତପୁର ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବାବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକା ଦେଇଥିଲେ । ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ଗାଡିକୁ ଛଡ଼ାଇଦେବା ପାଇଁ ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳ ଉକ୍ତ ଯୁବକଙ୍କ ଠାରୁ ୧୫ ହଜାର ଟଙ୍କା ଦାବି କରିଥିଲେ । ଆଜି ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking