ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜଳସେଚନ ବିଭାଗ ଅଧୀନରେ ଡେରାବିଶ ଜଳସେଚନ ସବଡିଭିଜନାରୀ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟ । ଆୟ ବହିର୍ଭୁତ ସମ୍ପତି ଠୁଳ ଅବିଯୋଗରେ ସ୍ୱତନ୍ତ୍ର ବିଚାରପତି କଟକ ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢଉ ଜାରି ରହିଛି । ତାଙ୍କ ସହିତ ଜଡିତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ ଚଢଉ କରୁଥିବା ଜଣାଯାଇଛି । ଭୁବନେଶ୍ୱରର ବାଲିଅନ୍ତାରେ ଜୋହାଲାରେ ଅବସ୍ଥିତ ଚାରି ମହଲା ବିଶିଷ୍ଟ କୋଠା , କଟକରେ ଚୌଦ୍ୱାରର ଜଜଭୈରବରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, କଟକ ଜିଲ୍ଲାର ବାଙ୍କିର ରଗଡିରେ ତାଙ୍କ ପୈତୃକ ଘର, ଭଦ୍ରକର ବୁଡଙ୍ଗାରେ ତାଙ୍କ ସମ୍ପର୍କୀୟଙ୍କ ଘର , ଡେରାବିଶ ଜଳସେଚନ କାର୍ଯ୍ୟାଳୟ ,କେନ୍ଦ୍ରାପଡାରେ ତାଙ୍କ କାର୍ଯ୍ୟାଳୟ ଟାମ୍ବର ଏବଂ ଅସ୍ଥାୟୀ ବାସସ୍ଥାନ, ଢେଙ୍କାନାଳ ଜିଲ୍ଲା ସାନସାଥୀବାଟିଆରେ ତାଙ୍କ ସମ୍ପର୍କୀୟ ଘର,ଭୁବନେଶ୍ୱର ପଡିଆରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୯ ଜଣ ଡିଏସପି, ୯ ଜଣ ଇନସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟନ୍ୟ କର୍ମଚାରୀ ମଧ୍ୟ ଚଢାଉରେ ସାମିଲ ଅଛନ୍ତି ।










