26.1 C
Bhubaneswar
Wednesday, July 16, 2025
Homeଓଡିଶାଧର୍ମଶାଳା ଏବିଡିଓଙ୍କ ଘରେ ଭିଜିଲାନ୍ସ

ଧର୍ମଶାଳା ଏବିଡିଓଙ୍କ ଘରେ ଭିଜିଲାନ୍ସ

ଯାଜପୁର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଯାଜପୁର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ।  ଆୟରୁ  ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଯାଜପୁର ରୋଡ୍ କହ୍ନେଇପୁରରେ ଥିବା ତାଙ୍କ ୪ ମହଲା କୋଠା, କଟକ ଚାଉଳିଆଗଞ୍ଜରେ ଥିବା ମେଟ୍ରୋ ଆପାର୍ଟମେଣ୍ଟରେ ଚଢାଉ ହେଉଛି । ସେହିପରି ଯାଜପୁର ଗରଡେଶ୍ବରରେ ଥିବା ପୈତୃକ ଘର, ଧର୍ମଶାଳରେ ଥିବା ସରକାରୀ ବାସଭବନ ଓ ଅଫିସରେ ରେଡ୍ ହେଉଛି । ଏହା ସହ ଭଦ୍ରକ ସାନବସନ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଘରବାଡ଼ି ଜମିରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking