ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଆର ଆଣ୍ଡ ବିର ସହକାରୀ ନିର୍ୱାହୀ ଯନ୍ତ୍ରୀ ଏନ ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସ ଭବନ ଓ କାଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚେଡ ଚାଲିଛି । ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ବ୍ରହ୍ମପୁରର ଆର ଆଣ୍ଡ ଡିଭିଜନ-୧ , ସହକାରୀ ନିର୍ୱାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଧର୍ମ ନଗର, ବ୍ରହ୍ମପୁରର ସ୍ପେକ୍ଟ୍ରମ ରୟାଲ ଠାରେ ଗେଟିଏ ୨ ବିଏଚକେ ଫ୍ଲାଟ, ବ୍ରହ୍ମପୁରର ମୟୁରୀ ବିହାରରେ ଗୋଟିଏ ଦୁଇ ମହଲା କୋଠା , ବ୍ରହ୍ମପୁରର ଆର ଆଣ୍ଡ ବି ଡିଭିଜନର-୧ରେ ତାଙ୍କର କାଯ୍ୟାଳୟ ଭୁବନେଶ୍ୱର ସହିଦନଗର ଇଭୋସ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚକେ ଫ୍ଲାଟରେ ଚଢାଉ ଚାଲିଛି । ଚଢାଉରେ ୩ ଜଣ ଡିଏସଏସପି ,୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢାଉ ଚାଲିଛି ।