36.1 C
Bhubaneswar
Friday, March 27, 2026
Homeଓଡିଶାଏସଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ଏସଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ । କାଗଜପତ୍ର ପ୍ରସ୍ତୁତି ସରିବା ପରେ ତାଙ୍କୁ ବ୍ରହ୍ମପୁର ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆଜି ହାଜର କରାଯିବ ।ଘଟଣାରୁ ପ୍ରକାଶ ଯେ ଗୁରୁବାର ଭିଜିଲାନ୍ସ ଦ୍ୱାରା ଏସଡିଓଙ୍କ କାର୍ଯ୍ୟାଳୟ ଏବଂ ଘରେ ଚଢ଼ାଉ ସମୟରେ ତାଙ୍କ ନିକଟରୁ ନଗଦ ଟଙ୍କା ସୁନା ମିଳିଥିଲା। ସେଥିରେ ବ୍ରହ୍ମପୁର ଠାରେ ଗୋଟିଏ ଘର, ୫ଟି ପ୍ଲଟ, ନଗଦ ଟଙ୍କା ୧୮.୯୦ ଲକ୍ଷ, ବ୍ୟାଙ୍କ ଜମା ପ୍ରାୟ ୯୦ ଲକ୍ଷ, ୫୬୮ ଗ୍ରାମ ସୁନା, ଏକ କଂକ୍ରିଟ ମିକ୍ସର ମେସିନ (ମୂଲ୍ୟ ପ୍ରାୟ ୫୭ ଲକ୍ଷ) ଏବଂ ଏକ ମେସିନ (ମୂଲ୍ୟ ପ୍ରାୟ ୩୭ ଲକ୍ଷ) ଆଦି ଅନ୍ତର୍ଭୁକ୍ତ।ଏହି ସମସ୍ତ ସମ୍ପତ୍ତି ସମ୍ବନ୍ଧରେ ସେ ସଠିକ ହିସାବ ଦେଇପାରିନଥିବାରୁ, ଭିଜିଲାନ୍ସ ତାଙ୍କ ବିରୋଧରେ ପ୍ରିଭେନ୍ସନ ଅଫ କରପ୍ସନ ଆକ୍ଟ, ୨୦୧୮ ଅନୁସାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ   ଏକ ମାମଲା ରୁଜୁ କରିଛି । ଏହାପରେ ଏସଡିଓଙ୍କୁ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking