କଟକ: ବାରବାଟୀ ମ୍ୟାଚ ଟିକେଟ ପାଇଁ କାଲି ରାତି ୧୦ରୁ ଧାଡିରେ ଦର୍ଶକ ଅଛନ୍ତି । ବ୍ୟାରିକେଡ ଭିତରେ ରହି ଟିକେଟ ପାଇଁ ଧାଡିରେ ଅକ୍ଷୋ କରିଛନ୍ତି । ଶାନ୍ତିଶୃଙ୍ଖଳା ଟିକେଟ ବିକ୍ରି ହେଉଥିବାରୁ ଟିକେଟ ପାଇବାକୁ ଆଶାବାଦୀ । ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ ଦେଖାଦେଇଛି । ରାଜ୍ୟ ତଥା ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି ଦେଖାଦେଇଛି । ସ୍ପେଶାଲ କାଉଣ୍ଟରରେ ଟିକେଟ କାଟିବେ ମହିଳା । ୬ଟି କାଉଣ୍ଟରରେ ୧୦ ହଜାର ଟିକ୍ଟ ବିକ୍ରି କରାଯିବ । ଏବେଠୁ ଆରମ୍ଭ ହୋଇ ୪ଟା ଯାଏଁ ଚାଲିବ । ଭିଡକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଲୁହା ବାରିକେଡ କରାଯାଇଛି । ଜଣକ ପିଛା ଦୁଇଟି ଟିକେଟ ନେଇପାରିବେ ।










