31.1 C
Bhubaneswar
Saturday, March 21, 2026
Homeଓଡିଶାଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ରେଂଜ ଆଇ.ଜି / ଡି.ଆଇ.ଜି ଙ୍କ ସହ ରାଜ୍ୟ ଆରକ୍ଷୀ...

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ରେଂଜ ଆଇ.ଜି / ଡି.ଆଇ.ଜି ଙ୍କ ସହ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭି.ଡି.ଓ କନ୍‌ଫରେନ୍ସିଂ ବୈଠକ

କଟକ:ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟ।ଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ)ଆଇପିଏସ) ଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ ଏବଂ ପ୍ରଶାସନିକ ପ୍ରସଙ୍ଗ ସମ୍ପର୍କରେ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟର ରେଞ୍ଜ ଆଇଜି,ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସପିଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଜାତୀୟ ସ୍ତରରେ ଓଡିଶା ପୋଲିସର ସ୍ଵତନ୍ତ୍ର ସୁନାମ ରହିଛି । ଏହାକୁ ଆଗାମୀ ଦିନରେ ବଜାୟ ରଖିବାକୁ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଥିଲେ । ଆସନ୍ତା ୨୦ ତାରିଖରୁ ବିଧାନସଭା ଦ୍ଵିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟିରଖିବାକୁ ସେ ପରାମର୍ଶ ଦେଇଥିଲେ। ସାଇବର ଅପରାଧ ବଢ଼ି ଚାଲିଥିବା ବେଳେ ଏହା ଉପରେ ରୋକ ଲଗାଇବା ନିମନ୍ତେ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ସେ ଗୁରୁତ୍ୱ ଦେଇଥିଲେ।ଏହା ସହ ନକ୍ସଲ ଓ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ସ୍ୱତନ୍ତ୍ର ନଜର ରଖିବା ଦିଗରେ ନିର୍ଦ୍ଦେଶ ଦେଇଥିଲେ।ଏତଦବ୍ୟତୀତ ଜନ ସାଧାରଣଙ୍କ ଅଭିଯୋଗକୁ ଧର୍ଯ୍ୟର ସହ ଶୁଣିବାକୁ ଡିଜିପିପରାମର୍ଶ ଦେଇଥିଲେ। ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ତମ ବ୍ୟବହାର ଏବଂ ସେମାନଙ୍କର ଅଭିଯୋଗକୁ ନିରପେକ୍ଷତାର ସହ ତଦନ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ।ନୂତନ ଭାବେ ଲାଗୁ ହୋଇଥିବା ନିୟମ ଅନୁଯାୟୀ କାର୍ଯ୍ୟ କରିବା ଦିଗରେ ଡିଜିପି ପରାମର୍ଶ ଦେଇଥିଲେ।

ଆଜିର ଏହି ବୈଠକରେ ଶ୍ରୀ ବିନୟତୋଷ ମିଶ୍ର, ନିର୍ଦ୍ଦେଶକ (ଏସସିଆରବି) , ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି), ଶ୍ରୀ ସଞ୍ଜୀବ ପଣ୍ଡା, କମିଶନର ପୋଲିସ (ଭୁବନେଶ୍ବର-କଟକ), ଶ୍ରୀ ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ),ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ,ନିର୍ଦ୍ଦେଶକ (ଗୁଇନ୍ଦା), ଶ୍ରୀ ସଞ୍ଜୟ କୁମାର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ଶ୍ରୀ ଏସ. ଦେବଦତ୍ତ ସିଂଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ),ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ), ଶ୍ରୀ ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଲୱେ ଏବଂ କୋଷ୍ଟାଲ ସିକ୍ଯୁରିଟି), ଶ୍ରୀ ୟତୀନ୍ଦ୍ର କୋୟଲ, ଆଇ.ଜି.ପି (ପ୍ରୋଭିଜନିଙ୍ଗ), ଶ୍ରୀମତୀ ଏସ. ସାଇନୀ, ଆଇ.ଜି.ପି (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା),ଶ୍ରୀ ଏସ. ପ୍ରବୀଣ କୁମାର, ଆଇ.ଜି.ପି (କାର୍ମିକ), ସଫିନ ଅହମ୍ମଦ, ଆଇ.ଜି.ପି (କ୍ରାଇମବ୍ରାଞ୍ଚ)ଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking