25.1 C
Bhubaneswar
Tuesday, February 3, 2026
Homeଓଡିଶାବିଜୟ କେବଳ ପଦକ ଜିତିବାରେ ନୁହେଁ ବରଂ ନିଜର ସର୍ବୋତ୍ତମ ପ୍ରଦର୍ଶନ, ପ୍ରତିପକ୍ଷଙ୍କୁ ସମ୍ମାନରେ ମଧ୍ୟ...

ବିଜୟ କେବଳ ପଦକ ଜିତିବାରେ ନୁହେଁ ବରଂ ନିଜର ସର୍ବୋତ୍ତମ ପ୍ରଦର୍ଶନ, ପ୍ରତିପକ୍ଷଙ୍କୁ ସମ୍ମାନରେ ମଧ୍ୟ ରହିଛି: ରାଜ୍ୟପାଳ

ଭୁବନେଶ୍ୱର: କ୍ରୀଡ଼ାରେ ପ୍ରକୃତ ବିଜୟ କେବଳ ପଦକ ଜିତିବାରେ ନୁହେଁ, ବରଂ ନିଜର ସର୍ବୋତ୍ତମ ପ୍ରଦର୍ଶନ, ପ୍ରତିପକ୍ଷଙ୍କୁ ସମ୍ମାନ ଏବଂ କ୍ରୀଡ଼ା ମନୋଭାବ ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଦେବାରେ ମଧ୍ୟ ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ଅକ୍ଟୋବର ୧୫ ତାରିଖ ସଂନ୍ଧ୍ୟାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୮ତମ ଓଞଞୠ-ଇଞଞଟ ଏସୀୟ ଟେବୁଲ ଟେନିସ୍ ଟିମ୍ ଚମ୍ପିଆନସିପ୍ – ୨୦୨୫ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ନିଜ ଉଦ୍‌ବୋଧନରେ ଏହି ଚମ୍ପିଆନସିପ୍‌କୁ ଏକ ଅସାଧାରଣ କାର୍ଯ୍ୟକ୍ରମ ଭାବେ ରାଜ୍ୟପାଳ ବର୍ଣ୍ଣନା କରି କହିଥିଲେ ଯେ ପଦକ ଏବଂ ଟାଇଟଲ୍ ଅପେକ୍ଷା ଏହି ଟୁର୍ଣ୍ଣାମେଂଟ କ୍ରୀଡ଼ାର ଗଭୀର ମର୍ମ ଯଥା – ଦୃଢତା, ଦଳଗତ ପ୍ରଦର୍ଶନ ଏବଂ ସମ୍ମାନ ମନୋଭାବର ଉଦାହରଣ ସାଜିଛି।
ଏହି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଗର୍ବର ମୁହୂୂର୍ତ୍ତ। ଭୁବନେଶ୍ୱର ପୁଣି ଥରେ କ୍ରୀଡ଼ାର ଶକ୍ତି ମାଧ୍ୟମରେ ବିଭିନ୍ନ ଦେଶକୁ ଏକତ୍ରିତ କରିଛି। ଗତ ପାଂଚ ଦିନ ଧରି ଐତିହାସିକ କଳିଙ୍ଗ ଷ୍ଟାଡିୟମର ଆଥ୍‌ଲେଟିକ୍‌ସ ସେଂଟର ଶକ୍ତି, ଉତ୍ସାହ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ଉତ୍କର୍ଷତାର ଆତ୍ମାରେ ପ୍ରତିଫଳିତ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶା ଏହି ମର୍ଯ୍ୟାଦାବନ୍ତ ଚମ୍ପିଆନ୍‌ସିପ୍ ଆୟୋଜନ କରି କ୍ରୀଡ଼ା ଯାତ୍ରାରେ ଆଉ ଏକ ମାଇଲ୍‌ଖୁଂଟ ସ୍ଥାପନ କରିଛି ବୋଲି କହିଥିଲେ। ବିଜେତା ଓ ଅଂଶ ଗ୍ରହଣକାରୀମାନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଓଞଞୠ ବିଶ୍ୱ ଟେବୁଲ ଟେନିସ୍ ଚମ୍ପିଆନସିପ – ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ସଫଳତାକୁ ସମର୍ପଣ ଏବଂ କଠିନ ପରିଶ୍ରମର ଫଳ ବୋଲି କହିଥିଲେ। କ୍ରୀଡ଼ାରୁ ଜୀବନରେ କିପରି ଶିକ୍ଷା ଲାଭ କରି ହୁଏ ସେ ସଂପର୍କରେ ରାଜ୍ୟପାଳ ଅବତାରଣା କରିଥିଲେ ଏବଂ ଟେନିସ୍ ଖେଳ କିପରି ସାହସ, ସ୍ଥିରତା ଏବଂ ଦୃଢତା ଶିଖାଏ ତାହା ଉଲ୍ଲେଖ କରିଥିଲେ। ପଏଂଟ ହରାଇଲେ ମଧ୍ୟ ଶ୍ରେଷ୍ଠ ଖେଳାଳୀମାନେ ଶାନ୍ତ ରହି ନିଷ୍ଠାର ସହ ଖେଳି ଉତ୍କର୍ଷତା ହାସଲ କରନ୍ତି। ସେହିପରି ଜୀବନରେ ପୁଣି ଥରେ ଉଠିବାର ଆମର କ୍ଷମତା ହିଁ ଆମକୁ ପରିଭାଷିତ କରେ ବୋଲି ରାଜ୍ୟପାଳ କହିଥିଲେ। ଭାରତର କ୍ରୀଡ଼ା ଇକୋସିଷ୍ଟମକୁ ପରିବର୍ତ୍ତନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ଏତଦ୍‌ବ୍ୟତୀତ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ହବ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ । ଆନ୍ତର୍ଜାତୀୟ ଟେବୁଲ ଟେନିସ୍ ଫେଡେରେସନ, ଏସୀୟ ଟେବୁଲ ଟେନିସ ୟୁନିଅନ, ଭାରତୀୟ ଟେବୁଲ ଟେନିସ୍ ଫେଡେରେସନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଇଭେଂଟର ସଫଳତା ପାଇଁ ସେମାନଙ୍କର ଅନୁକରଣୀୟ ଯୋଜନା, ନିଖୁଣ କାର୍ଯ୍ୟାନ୍ୱୟନ ପାଇଁ ଧନ୍ୟବାଦ ଜଣାଇଥିଲେ। ଏତଦ୍‌ବ୍ୟତୀତ ଆମର ଆନ୍ତର୍ଜାତୀୟସ୍ତରରୁ ଆସିଥିବା ଅତିଥିମାନଙ୍କର ସୁବିଧା ପାଇଁ କରାଯାଇଥିବା ବ୍ୟବସ୍ଥା, ଭବ୍ୟ ଆତିଥ୍ୟ ପାଇଁ ରାଜ୍ୟପାଳ ସାଧୁବାଦ ଜଣାଇଥିଲେ।  ଉଦ୍‌ଯାପନୀ ସମାରୋହରେ ସମ୍ମାନନୀୟ ଅତିଥିଭାବେ କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ଆର.ଜାଧଭ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶେଷରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ ଡ.ୟେଦୁଲା ବିଜୟ ଧନ୍ୟବାଦ ଅର୍ପଣ କରିଥିଲେ।  ଏହି ଅବସରରେ ଉଭୟ ମହିଳା ଟିମ୍ ଚମ୍ପିଆନସିପ୍‌ର ବିଜେତା ଏବଂ ପୁରୁଷ ଟିମ୍ ଚମ୍ପିଆନସିପ୍‌ର ବିଜେତାଙ୍କୁ ରାଜ୍ୟପାଳ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିବା ବେଳେ ଅନ୍ୟ ପଦକ ବିଜେତାମାନଙ୍କୁ ମଧ୍ୟ ପଦକ ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking