ନୂଆପଡା: ନୂଆପଡା ବିଜୟକୁ ନେଇ ଜୟ ଢଲକିଆ ସମ୍ବୋଧନ କରିଛନ୍ତି । ଗଣତନ୍ତ୍ରର ମହାପର୍ବରେ ନୂଆପଡାବାସୀ ସାମିଲ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଏ ବିଜୟ ନୂଆପଡାବାସୀଙ୍କର, ବିଜେପିର । ମୋ ବାପାଙ୍କ ଆଶୀର୍ବାଦରୁ ବିଜୟ ହଇଛି । ଗୋଟିଏ ପରିବାର ଭଳି ସଂଗଠନ କାମ କରିଛି । ଯେଉଁମାନେ ବାପା ଫଟକୁ ଲଗାଇଥିଲେ ତାଙ୍କ ଉପରେ ଭାରି ପଡିଲା । ଏ ଜନାଦେଶ ତାର ପ୍ରମାଣ । ଅନ୍ୟପଟେ ମନମୋହନ କହିଛନ୍ତି, ସମସ୍ତଙ୍କ ପରିଶ୍ରମରେ ଏହି ବଡ ସଫଳତା ମିଳିଛି । ବିଜେପି ପ୍ରତି ଥିବା ବିଶ୍ୱାସ ନୂଆପଡାରେ ପ୍ରତିଫଳିତ ହୋଇଛି । ନୂଆପଡାରେ ଏକ ଇତିହାସ ସୃଷ୍ଟି ହୋଇଛି ।










