ନୂଆଦିଲ୍ଲୀ: ପୀଡିତା ଓଡିଆ ଛାତ୍ରୀଙ୍କୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଘଟଣା ଘଟିବା ପରେ ପୀଡିତା ମାନସିକ ଚାପରେ ରହିଛି । ଜଣେ ଡାକ୍ତର ହିସାବରେ ମୁଁ ମୋ ଅଭିଜ୍ଞତାରୁ ଏହା ଅନୁଭବ କରିଛି । ଶାରୀରିକ ସୁସ୍ଥତା ଫେରିଲେ ବି ମାନସିକ ଚାପରୁ ମୁକୁଳିବା ଏତେ ସହଜ ନୁହେଁ । ମହିଳା ମୁଖ୍ୟମନ୍ତ୍ରୀ ମମତାଙ୍କ ବୟାନ ତାଙ୍କ ମାନସିକ ଚାପ ବଢାଇ ଦେଇଛି । ମେଡିକାଲ ତଥ୍ୟ ଅନୁସାରେ ପୀଡିତା ୭ଟା ୫୮ରେ ବାହାରକୁ ଯାଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ମମତା ରାତି ୧୨ ପରେ ବାହାରକୁ ଯାଇଥିବା କହିଛନ୍ତି । ଓଡିଆ ଛାତ୍ରୀଙ୍କୁ ନିନ୍ଦିତ କରିବା ପାଇଁ ମମତା ବାନାର୍ଜୀ ଏପରି କହିଛନ୍ତି । ରାତିରେ ଝିଅମାନେ ବାହାରକୁ ଯିବା ଠିକ ନୁହେଁ କହିବା ନିନ୍ଦନୀୟ । ଆତ୍ମନିର୍ଭର ହେବାକୁ ମହିଳା କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ମମତାଙ୍କ ଏପରି ମନ୍ତବ୍ୟକୁ ସାରା ଦେଶରେ ନିନ୍ଦା କରାଯାଉଛି । ପୀଡିତାକୁ ଭଲ ଚିକିତ୍ସା , ସୁରକ୍ଷା ଦେବା ଓ କ୍ଷତିପୂରଣ ଆମର ଦାବି ରହିଛି ।










