32.1 C
Bhubaneswar
Saturday, February 14, 2026
Homeଓଡିଶାସାଇବର ଠକେଇର ଶିକାର ହେଲେ କୁଳପତି

ସାଇବର ଠକେଇର ଶିକାର ହେଲେ କୁଳପତି

ବ୍ରହ୍ମପୁର:  ସାଇବର ଠକେଇର ଶିକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଫ୍ରଫେସର ଗୀତୀଞ୍ଜଳି ଦାସ ।  ଡିଜିଟାଲ ଆରେଷ୍ଟ କହି ସାଇବର ଠକମାନେ କୁଳପତିଙ୍କଠୁ ନେଇଗଲେ ୧୪ ଲକ୍ଷ ଟଙ୍କା  ଜଣେ ଦୁବୃତ୍ତ କୁଳପତିଙ୍କୁ  ଗତ ୪ ଦିନ ହେଲା  ଫୋନ କରି ଡିଜିଟାଲ ଆରେଷ୍ଟରେ ଫସାଇଥିଲା । ତେବେ  ଦୁବୃତ୍ତ ଜଣଙ୍କ ନିଜକୁ ଇଡି କହି ପରିଚୟ ଦେଇଥିଲା ।  ସୁପ୍ରିମ କୋର୍ଟରେ ଚାଲିଥିବା ଏକ ମାମଲାରେ  ଅଭିଯୁକ୍ତ ସହ କୁଳପତିଙ୍କ ଲିଙ୍କ ରହିଥିବା ନେଇ  କୁଳପତିଙ୍କୁ କହିଥିଲେ ଦୁବୃତ୍ତ ।  ଏଭଳି ତଥ୍ୟ   ଦୁବୃତ୍ତ ଦେବା ପରେ ଡିଜିଟାଲ ଆରେଷ୍ଟ  ହୋଇଛନ୍ତି ବୋଲି କୂଳପତିଙ୍କୁ କୁହାଯାଇଥିଲା । ଡିଜିଟାଲ ଆରେଷ୍ଟ ଭୟରେ  କୁଳପତି ନିଜର ସମସ୍ତ ତଥ୍ୟ  ପ୍ରଦାନ କରିଥିଲେ ସମ୍ପୃକ୍ତ ଦୁବୃତ୍ତଙ୍କୁ ।ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି କୁଳପତି ।  ଠକେଇର ତଦନ୍ତ ଜାରି ରହିଛି କହିଛନ୍ତି ବ୍ରହ୍ମପୁର ଏସପି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking