23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶବିଭବ କୁମାରଙ୍କୁ ମିଳିଲା ଜାମିନ

ବିଭବ କୁମାରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ସୋମବାର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ବିଭବ କୁମାରଙ୍କୁ ସୁପ୍ରିମ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କିଛି ସର୍ତ୍ତ ରଖି ବିଭବ କୁମାରଙ୍କୁ ସୁପ୍ରିମକୋର୍ଟରୁ ଏହି ଆଶ୍ୱସ୍ତି ମିଳିଛି। ବିଭବ କୁମାରଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଅଭିଯୁକ୍ତ ୧୦୦ରୁ ଅଧିକ ଦିନ ଧରି ହାଜତରେ ରହିଛି। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ଏହା ଏକ ସାମାନ୍ୟ ଆଘାତ ମାମଲା। ପୋଲିସ କହିଛି ଯେ ଏହି ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି ଏବଂ ବିଭବ ପ୍ରମାଣ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି । ଏହା ଉପରେ କୋର୍ଟ କହିଛନ୍ତି ଯେ ଆମେ ଏଭଳି ସର୍ତ୍ତ ରଖିବୁ, ଯାହାଫଳରେ ସେ ଏହା କରିପାରିବେ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ମେ ୧୮ରେ ଗିରଫ କରାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ବିଭବ କୁମାର ତାଙ୍କୁ ମାଡ଼ ମାରିଥିବା ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଅଭିଯୋଗ ଆଣିଥିଲେ। ଜୁଲାଇ ୧୨ତାରିଖରେ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହା ପରେ ମାମଲା ସୁପ୍ରିମକୋର୍ଟ ଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking