28.1 C
Bhubaneswar
Monday, February 23, 2026
Homeଅପରାଧବିଭତ୍ସ ହତ୍ୟା! ବାପା, ମାଆ ଓ ଭଉଣୀଙ୍କୁ ପଥରରେ ଛେଚି ଛେଚି ହତ୍ୟା କଲା ପୁଅ

ବିଭତ୍ସ ହତ୍ୟା! ବାପା, ମାଆ ଓ ଭଉଣୀଙ୍କୁ ପଥରରେ ଛେଚି ଛେଚି ହତ୍ୟା କଲା ପୁଅ

– କାରଣ ଅସ୍ପଷ୍ଟ- ପାରିବାରିକ କଳହ କିମ୍ବା ନିଶା କିମ୍ବା ମୋବାଇଲ ଗେମ୍ ସଂନ୍ଦେହ
– ବଡ ପୁଅଙ୍କ ଅଭିଯୋଗ ମାନସିକ ବିକୃତ ଥିଲା
– ଆସାମି  ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅ”ର୍ଗତ ଜୟବଡ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ପରିବାରର ୨୨ବର୍ଷର ସାନ ପୁଅ ତାର ବାପା, ମାଆ ଓ ବଡ ଭଉଣୀଙ୍କୁ ପଥର କିମ୍ବା ଲୁହା ମଧ୍ୟମରେ ମୁଣ୍ଡକୁ ଛେଚିଛେଚି ବିଭତ୍ସ ଭାବେ କରିଛି ହତ୍ୟା। ହତ୍ୟା ପରେ ଗ୍ରାମର ସମ୍ପର୍କିୟମାନଙ୍କୁ ଡାକି ହତ୍ୟା ସମ୍ପର୍କରେ ସୁଚନା ଦେଇ, ଘରର ମୁଖ୍ୟ ଗ୍ରୀଲ ଫଟକକୁ ବାହାର ପାର୍ଶ୍ୱରୁ ହାତ ଗଳାଇ ଚାବି ପକାଇ ଫେରାର ହୋଇ ଯାଇଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ସଦର ପୁଲିସ ସୁଚନା ପାଇଁ ଘଟଣା ସ୍ଥଳରେ ଆଇ.ଆଇ.ସି ପ୍ରଭାସ ସାହୁ ଓ ପୁଲିସ ଟିମ୍ ପହଂଚି ଗ୍ରାମବାସୀଙ୍କ ଉପସ୍ଥିତିରେ ଘରର ଗ୍ରୀଲ ଲକ୍ ଭାଙ୍ଗି ଥିଲେ। ୩ ଜଣଙ୍କ ମଧ୍ୟରୁ କେହି ଜୀବୀତ ଥିବା ସଂଦେହ ପ୍ରକାସ କରି ପୁଲିସ, ଘର ଭିତରେ ପ୍ରବେସ କରିଥିଲେ। ହେଲେ, ଘରର ମୁଖ୍ୟ ଗ୍ରୀଲ ଫାଟକ ଠାରୁ ବେଡ ରୁମ ପର୍ଯ୍ୟ” ରକ୍ତ ଜୁଡୁବୁଡୁ ହୋଇ ପଡିଥିଲା ରକ୍ତ। ଅଭିଯୁକ୍ତର ବାପା, ମାଆ ଓ ତାର ଭଉଣୀ ମୃତ ଅବସ୍ଥାରେ ବେଡ୍ ରୁମର ଦ୍ୱାର ମୁହଁ ନିକଟରେ ପଡିଥିବା ଦେଖି ଥିଲେ।

ଅଧିକ ତଦ” ନିମେ” ଘଟଣା ସ୍ଥଳରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦ” କରିଥିଲେ। ଥାନାରେ ଅଭିଯୁକ୍ତ ବଣି୍ଟ ଆଲିୟାସ ସୂର୍ଯ୍ୟକା” ସେଠୀଙ୍କ ବଡ ଭାଇ ରମାକା” ସେଠୀଙ୍କ ଅଭିଯୋଗ କ୍ରମେ ପୁଲିସ ଥାନାରେ ହତ୍ୟା ମାମଲା ରୁଜୁ କରିବା ସହିତ ପରିବାର ୩ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମଟମ ନିମେ” ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦ” ଜାରୀ ରଖିଛ”ି। ତେବେ ପୁଲିସର ଛାନ ଭିନ୍ କରିବା କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବଣ୍ଟି ନିକଟସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଲୁଚିଥିବା ସୁଚନା ପାଇଁ ଚଢାଉ କରିଥିଲେ। ସେଠାରୁ ବଣି୍ଟଙ୍କୁ ଗିରଫ କରି ଥାନାରେ ଅଟକ ରଖିବା ପରେ ଜେରା ଜାରି ରହିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି। ଅନ୍ୟ ପକ୍ଷରେ ଏହି ବିଭତ୍ସ ହତ୍ୟାକାଣ୍ଡ ଦେଖିବା ପାଇଁ ଜୟବାଡ ଗ୍ରାମରେ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଘଟଣା ସ୍ଥଳରେ ପହଂଚି ହତ୍ୟାକାଣ୍ଡ ଦେଖି କ୍ଷୋଭ ପ୍ରକାଶ କରିଥିଲେ ଏବଂ ପାରିବାରିକ ତଥା ଜମିବାଡି ବିବାଦରୁ ଏପରି ହୋଇ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛ”ି। ୬ରୁ ୭ ଦିନ ପୂର୍ବେ ଜମିବାଡି ବିବାଦ ନେଇ ତାଙ୍କ ପରିବାର ବିଧାୟକଙ୍କ ଦ୍ୱାରସ୍ତ ହୋଇ ଥିବା ଗଣ ମାଧ୍ୟମରେ ସୁଚନା ଦେଇଛ”ି।

ଅଭିଯୁକ୍ତ ବଣ୍ଟିର ବଡ ଭାଇ ରମାକା” ସେଠୀ ଅଭିଯୋଗରେ ଦର୍ଶାଇଛ”ି ଯେ, ତାଙ୍କ ସାନ ଭାଇ କିଛି ଦିନ ହେବ ମାନସିକ ବିକୃତ ଥିଲା। ଆଜି ମଙ୍ଗଳବାର ତାଙ୍କୁ ଚିକିତ୍ସା ନିମେ” ମେଡିକାଲ ନିଆ ଯାଇଥା”ା। ହେଲେ ପୁର୍ବରୁ ଏଭଳି କାଣ୍ଡ ଭିଆଇ ଥିବା ସୁଚନା ଦେଇଛ”ି। ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍‌ଗାତା ମଧ୍ୟ ହତ୍ୟାକାଣ୍ଡର ବଡଭାଇ ଶ୍ରୀ ସେଠୀଙ୍କ ଅଭିଯୋଗ ସତ୍ୟାସତ୍ୟ ଥିବା ସଂଦେହ ପ୍ରକାଶ କରିଛ”ି। ଅନ୍ୟ ପକ୍ଷରେ ହତ୍ୟାକାଣ୍ଡର ଏହି ସବୁ କାରଣକୁ ସାଧାରଣରେ ସହଜରେ ଗ୍ରହଣ କରୁ ନଥିବା ଦେଖା ଯାଇଛି। ଅଭିଯୁକ୍ତ ଜଣଙ୍କ ନିଶାଗ୍ରସ୍ତ କିମ୍ବା ମୋବାଇଲ ଗେମ ଯୋଗୁ ଅର୍ଥର ଆବଶ୍ୟକତା ଥିବା ନେଇ ଘରେ ରହୁଥିବା ତାର ବାପା, ମାଆ ଓ ଅବିବାହୀତ ଭଉଣୀଙ୍କୁ ମାରିଥାଇ ପାରେ ବୋଲି ସଂନ୍ଦହ ପ୍ରକାଶ କରିଛ”ି। ଅନ୍ୟ ପକ୍ଷରେ ତଦ”, ଅଭିଯୁକ୍ତର ବୟାନ ଓ ପୋଷ୍ଟ ମଟମ ରିପୋର୍ଟକୁ ଯାଂଚ କରାଯାଇ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ଆଇଆଇସି ଶ୍ରୀ ସାହୁ ସୁଚନା ପ୍ରଦାନ କରିଛ”।

ସୁଚନାରୁ ଜଣାଯାଇଛି, ଜୟବଡ ଗ୍ରାମର କାଳିଆ ଓରଫ ପ୍ରଶା” କୁମାର ସାହୁ, ପତ୍ନୀ କନକଲତା ସେଠୀଙ୍କ ୩ପୁଅ ଓ ଏଜ ଝିଅ ମାମାଲି ଓରଫ୍ ରୋଜାଲିନ ସେଠୀ। ବଡ ପୁଅ ଏବଂ ମଝିଆ ପୁଅ ରମାକା” ସେଠୀଙ୍କ ପରିବାର ବାହାରେ ରୁହ”ି। ଘରେ ତାଙ୍କର ବାପା କାଳିଆ, ମାଆ କନକଲତା, ଭଉଣୀ ମାମାଲି ଓ ତାଙ୍କ ସାନ ଭାଇ ବଣି୍ଟ ଓରଫ୍ ସୂର୍ଯ୍ୟକା” ସେଠୀ(୨୨) ରହୁଥିଲେ। ତେବେ ଆଜି ମଙ୍ଗଳବାର ଭୋର ୩ଟା ସମୟରେ ବଣ୍ଟି ତାର ଘରେ ତାର ବାପା, ମାଆ ଓ ତାର ବଡ ଭଉଣି ମାମାଲିକୁ ହତ୍ୟା କରି ଦେଇଥିବା ଗ୍ରାମରେ ରହୁଥିବା ତାର ବଡ ବାପାଙ୍କ ପରିବାର ଓ କିଛି ସମ୍ପର୍କୀୟଙ୍କୁ ସୁଚନା ଦେଇଥିଲା। ସମ୍ପର୍କୀୟ ମାନେ ସୁଚନା ପାଇଁ ବଣ୍ଟିଙ୍କ ଘର ଦ୍ୱାର ମୁହଁରେ ରୁଣ୍ଡ ହୋଇ କାହିକି ମାରିଲୁ ବୋଲି ପଚାରି ଥିଲେ। ବଣି୍ଟ ଘର ଲୋକେ ତାକୁ ନ୍ୟାୟ ନଦେବାରୁ ହତ୍ୟା କରିଥିବା ସୁଚନା ଦେଇ ଫେରାର ହୋଇ ଯାଇଥିଲା। ଏ ସମ୍ପର୍କରେ ଗ୍ରାମର ତା ସମ୍ପର୍କୀୟ ପ୍ରସନ୍ନ ସେଠୀ ସଦର ଥାନାକୁ ଜଣାଇ ଥିଲେ। ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ଭୋର ୩ଟା ୩୦ମି ସମୟରେ ପହଂଚି ତଦ” ଆରମ୍ଭ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking