ନୂଆଦିଲ୍ଲୀ: ମାଲାୟଲମ ସିନେମାର ପ୍ରବୀଣ ସଂଗୀତ ନିର୍ଦ୍ଦେସକ ଏସପି ଭେଙ୍କଟେଶଙ୍କର ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ୭୦ ବର୍ଷ ହୋଇଥିଲା । ଭେଙ୍କେଟସ ୧୯୬୦ ଦଶକର ଶେଷ ଭାଗରେ ତାମିଲ ତେଲୁଗୁ ଏବଂ କନ୍ନଡ ଚଳଚ୍ଚିତ୍ର ପାଇଁ ଅର୍କେଷ୍ଟ୍ରାର ସଦସ୍ୟ ଭାବେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ । ବର୍ଷ ବର୍ଷ ଧରି ପରଦା ପଛରେ କାମ କରିବା ପରେ ସେ ୧୯୮୧ରେ ତେଲୁଗୁ ଚଳଚ୍ଚିତ୍ର ପ୍ରେମ ଯୁଦ୍ଧ ସହିତ ଜଣେ ସଙ୍ଗୀତ ନିର୍ଦ୍ଦେଶକ ବାବରେ ତାଙ୍କର ସ୍ୱାଧୀନ ଡେବ୍ୟୁ କରିଥିଲେ । ରିପୋର୍ଟରେ କୁହାଯାଇଛି, ତାଙ୍କର ଅନ୍ତିମ ସଂସ୍କାର ବୁଧବାର ଚେନ୍ନାଇର ଆଲାପକ୍କମରେ କରାଯିବ । ଏହି ରିପୋର୍ଟ ଦାଖଲ କରିବା ସମୟରେ ତାଙ୍କ ମୃତ୍ୟୁର କାରଣ ନିଶ୍ଚିତ ହୋଇପାରିନାହିଁ । ମାଲାୟଲମ ସିନେମା ବ୍ୟତୀତ, ଭେଙ୍କଟେଶ ତାମିଲ, କନ୍ନଡ, ହିନ୍ଦୀ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ରାଜାଭିନ୍ତେ ମାକନରେ ଥାମ୍ପି କନ୍ନନଥାନମଙ୍କ ସହିତ ତାଙ୍କର ସହଯୋଗ, ବିଶେଷକରି ଏହାର ଗୀତ ଏବଂ ପୃଷ୍ଠଭୂମି ସ୍କୋର, ତାଙ୍କ କ୍ୟାରିଅରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲା ଏବଂ ଦର୍ଶକଙ୍କ ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇଥିଲା।










