ଭୁବନେଶ୍ୱର: ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । ୩୦ ଲକ୍ଷ ଟନର ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ସୂଚନା ଦେଇଛନ୍ତି । ଜମି ମିଳିଲେ ୩ରୁ ୪ ମାସ ଭିତରେ କାମ ଆରମ୍ଭ ହେବ । ଏକ ମାସରେ ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ୩ରୁ ସାଢେ ୩ ବର୍ଷ ଲାଗିବ , ୩୦ରୁ ୪୦ ହଜାର ଲୋକେ କାମ ପାଇବେ ।










