26.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଲୋକସଭାରେ ପାରିତ ହେଲା ଭିବି- ଜୀ ରାମ ଜୀ ବିଲ

ଲୋକସଭାରେ ପାରିତ ହେଲା ଭିବି- ଜୀ ରାମ ଜୀ ବିଲ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ଭିବି- ଜୀ ରାମ ଜୀ ବିଲ । ମନରେଗା ନାଁ ପରିବର୍ତ୍ତନ ହୋଇ ଭିବି- ଜୀ ରାମ ଜୀ ବିଲ ଲୋକସଭାରେ ପାରିତ ହୋଇଛି । ଏନେଇ ସଂସଦରେ ବିରୋଧୀ ଦଳ ପ୍ରବଳ ନାରାବାଜି କରିଛନ୍ତି । ବିଲର କାଗଜ ପତ୍ର ଫୋପାଡି ବିଶୃଙ୍ଖଳା କରିଛନ୍ତି ବିରୋଧୀ । ମନରେଗା ବଦଳରେ ସରକାର ଆଣିଥିଲେ ଭିବି- ଜି ରାମ ଜୀ ବିଲ । ଏହାକୁ ନେଇ ଶାସକ – ବିରୋଧୀ ଦଳ ମଧ୍ୟରେ ହୋହଲ୍ଲା ସୃଷ୍ଟି ହୋଇଥିଲା। ପ୍ରବଳ ବିରୋଧ ସତ୍ତ୍ୱେ ସଂସଦରେ ପାରିତ ହୋଇଛି ଉକ୍ତ ବିଲ ।ସଂସଦ ବାହାରେ କଂଗ୍ରେସ ସଦସ୍ୟ ପ୍ରତିବାଦ କରି ଧାରଣାରେ ବସିଛନ୍ତି ।

ଅନ୍ୟପଟେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଥିଲେ, ଆମେ ଏହି ବିଲକୁ ବିରୋଧ କରୁଛୁ । ଏହି ଯୋଜନାର ନାମ ପରିବର୍ତ୍ତନ କରିବାର ଆବେଗ ମୁଁ ବୁଝିପାରୁନାହିଁ । ସେହିପରି କଂଗ୍ରେସ ସାଂସଦ କେଜି ଭେନୁଗୋପାଳ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ବିଲଟିକୁ ଏକ ସ୍ତାୟୀ କମିଟି କିମ୍ବା ଏକ ମିଳିତ ସଂସଦୀୟ କମିଟିକୁ ପଠାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking