34.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶପ୍ରଦୀପ ପୁରୋହିତଙ୍କ ଉପରେ ବର୍ଷିଲେ ବାଚସ୍ପତି

ପ୍ରଦୀପ ପୁରୋହିତଙ୍କ ଉପରେ ବର୍ଷିଲେ ବାଚସ୍ପତି

ନୂଆଦିଲ୍ଲୀ : ଲୋକ ସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଗୃହ ପରିଚାଳନା ସମୟରେ ଜଣେ ଓଡ଼ିଆ ବିଜେପି ଏମପିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ହିନ୍ଦୁ ମହାକାବ୍ୟ ମହାଭାରତର କାହାଣୀ ଗୃହରେ ବହୁତ କୁହାଯାଉଛି। ଏଠାରେ ଏସବୁର ଉଦାହରଣ ଦିଅନ୍ତୁ ନାହିଁ। କହିରଖୁଛୁ କି, ଓଡ଼ିଶାର ବରଗଡ ବିଜେପି ଏମପି ପ୍ରଦୀପ ପୁରୋହିତ କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିବାବେଳେ ଆୟୁର୍ବେଦିକ କଲେଜ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହି ଅଞ୍ଚଳରେ ମିଳୁଥିବା ଔଷଧୀୟ ଜଟିବୁଟିର ପ୍ରାଚୀନକାଳ ସହ ସମ୍ପର୍କକୁ ବର୍ଣ୍ଣନା କରିଥିଲେ। ଏହି ଆଲୋଚନା ସମୟରେ ବିର୍ଲା ପ୍ରଦୀପଙ୍କ ଉପରେ ରାଗି ଯାଇଥିଲେ। ସେ କହିଥିଲେ, କାହାଣୀ କୁହନ୍ତୁନି ପ୍ରଶ୍ନ ପଚାରନ୍ତୁ (ମହାଭାରତ କୁହନ୍ତୁ ନାହିଁ, ପ୍ରଶ୍ନ ପଚାରନ୍ତୁ)। ସେ ଆହୁରି ମଧ୍ୟ କହିଥିଲେ, ଆଜିକାଲି ଏଠାରେ ମହାଭାରତ ଶୁଣେଇବାର କାମ ବହୁତ ଚାଲୁଛି। ଲୋକ ସଭା ବାଚସ୍ପତିଙ୍କ ବିବୃତ୍ତି ଏମିତି ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୃହରେ ମହାଭାରତ ଦର୍ଶାଇ କହିଥିଲେ ଯେ, ଚାରିଆଡେ ଭୟର ବାତାବରଣ ରହିଛ। ୬ଜଣିଆ ଦଳ ସମଗ୍ର ଦେଶକୁ ଚକ୍ରବ୍ୟୁହର ଫାନ୍ଦରେ ପକାଇଛନ୍ତି। ମହାଭାରତକୁ ଉଲ୍ଲେଖ କରି ସେ କହିଥିଲେ ଯେ, ଅଭିମନ୍ୟୁ ଚକ୍ରବ୍ୟୁହରେ ମୃତ୍ୟୁବରଣ କରିଛନ୍ତି, ସେହିଭଳି ବିଜେପି ମଧ୍ୟ ଦେଶର ଲୋକଙ୍କୁ ଫାନ୍ଦରେ ପକାଇବା ପାଇଁ ସମାନ ଚକ୍ରବ୍ୟୁହ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking