33.1 C
Bhubaneswar
Wednesday, March 11, 2026
Homeଓଡିଶାଉଦ୍ଧାର ହେଲା ଭସାପୋଲ

ଉଦ୍ଧାର ହେଲା ଭସାପୋଲ

କୃଷ୍ଣପ୍ରସାଦ: ଚିଲିକାରେ ଫସିଥିବା ଭସାପୋଲ ଉଦ୍ଧାର। ଦୀର୍ଘ ୧ ଘଣ୍ଟା ଧରି ଚିଲିକା ମଝିରେ ଫସିରହିଥିଲା ଭସାପୋଲ। ଭସାପୋଲଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧଈନ ଜହ୍ନିକୁଦାରୁ ୭୦ ଜଣ ଯାତ୍ରୀ ସମେତ ୫ଟି କାର, ୫ଟି ବାଇକ୍‌, ଗୋଟିଏ ଯାତ୍ରୀବାହୀ ବସ ନେଇ ସାତପଡା ଅଭିମୁଖେ ଯାଉଥିଲା। ଚିଲିକା ମଝିରେ ଥିବା ମହିଁଷା କୁଦ ନିକଟରେ କୌଣସି କାରଣରୁ ଚ୍ୟାନେଲ ବାହରକୁ ଚାଲିଯିବାରୁ ଚିଲିକା କୁଦରେ ଫସିରହିଥିଲା। ଭାସାପୋଲ ଫସିଥିବାର ଖବର ପାଇଁ ଅନ୍ୟ ଏକ ଭସାପୋଲ ମାଧ୍ୟମରେ ଜେସିପି ମେସିନି ରଖି ଚ୍ୟାନେଲ ମଧ୍ୟକୁ ଆଣିବାକୁ ଉଦ୍ୟମ କରାଯାଇଥିଲା। ଦୀର୍ଘ ୧ ଘଣ୍ଟା ପ୍ରୟାସ ପରେ ସଫଳତା ସହ ଉଦ୍ଧାର ହେଲା ଭସାପୋଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking