ଭୁବନେଶ୍ବର: ଫେବୃଆରୀ ୧୨ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା। କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ଆସନ୍ତା ଏହି ବନ୍ଦ ଡାକରା ଦିଆଯାଇଛି।ଏଥିରେ ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏପିଏଫ୍ ଓ ସ୍ଵାଧୀନ ଫଡେରେସନ୍ ଆହ୍ବାନରେ ଅଖଚକ ବନ୍ଦ କରାଯିବ । ଶ୍ରମିକ ଓ କୃଷକ ସ୍ବାର୍ଥ ବିରୋଧୀ ନୀତିରେ ପରିବର୍ତ୍ତନ ଆଣିବାକୁ ବାମ ଦଳ ଦାବି କରିଛନ୍ତି l ବନ୍ଦକୁ ସମର୍ଥନ କରି ୪ ଟି ବାମଦଳ ସାମ୍ବାଦିକ ସମ୍ମିଳନୀ କରି ବନ୍ଦକୁ ସଫଳ କରିବା ପାଇଁ ଓଡିଶା ବାସିଙ୍କୁ ଅନୁରୋଧ କରିଛନ୍ତି lକେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ୍ ବାତିଲ୍ ଓ ଅନ୍ୟାନ୍ୟ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।










