24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଚେନାବ ସେତୁରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ଚେନାବ ସେତୁରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଚେନାବ ରେଲୱେ ବ୍ରିଜ୍ (ଭୂପୃଷ୍ଠରୁ ୧୧୭୮ ଫୁଟ ଉଚ୍ଚତାରେ ନିର୍ମିତ)ରେ ସଫଳ ପରୀକ୍ଷଣମୂଳକ ଟ୍ରେନ୍ ଚାଲିଛି। ଶନିବାର ଭାରତୀୟ ରେଲୱେ ପକ୍ଷରୁ ବିଶ୍ୱର ଏହି ଉଚ୍ଚତମ ରେଳ ସେତୁରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ୍ କରାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗର ନାଓଗାମ୍ ପର୍ଯ୍ୟନ୍ତ ଏହି ପରୀକ୍ଷାମୂଳକ ଟ୍ରେନ୍ ଚଳାଚଳ ହୋଇଛି। ଶନିବାର ନାଓଗାମ୍ ରେଲୱେ ଷ୍ଟେସନ୍‌ରେ ଏହି ଟ୍ରାଏଲ୍ ଟ୍ରେନ୍ ପହଞ୍ôଚବା ପରେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ବନ୍ଦେ ଭାରତ ଟ୍ରେନ୍ ଅଞ୍ଜି ଖାଡ଼ି ବ୍ରିଜ ଦେଇ ମଧ୍ୟ ଚଳାଚଳ କରିବ। ଅଞ୍ଜି ଖାଡି ହେଉଛି ଭାରତର ପ୍ରଥମ ଝୁଲା ରେଳ ସେତୁ। ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଛି। ଅଞ୍ଚଳର ଥଣ୍ଡା ଜଳବାୟୁକୁ ଦୃଷ୍ଟିରେ ରଖି ଟ୍ରେନ୍‌ର ଡିଜାଇନ ପ୍ରସ୍ତୁତ ହୋଇଛି। ଏହି ସେତୁରେ ଟ୍ରେନ୍ ଚଳାଚଳ ହେବା ଫଳରେ ଏଣିକି ଜମ୍ମୁରୁ ଶ୍ରୀନଗର ପହଞ୍ଚିବାକୁ ମାତ୍ର ସାଢ଼େ ୩ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରୀରେ ଏଠାରେ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିବେ। କାଶ୍ମୀରକୁ ରେଳସଂଯୋଗ ଦ୍ୱାରା ଦେଶର ସବୁ ପ୍ରାନ୍ତ ସହ ଯୋଡିବାର ଦୀର୍ଘଦିନର ଅଭିପ୍ରାୟ ଏବେ ବାସ୍ତବ ରୂପ ନେବାକୁ ଯାଉଛି। ଏହାଦ୍ୱାରା କାଶ୍ମୀରରେ ପର୍ଯ୍ୟଟନ, ଉଦ୍ୟାନ କୃଷି, ବାଣିଜ୍ୟ, ଯାତ୍ରା ଏବଂ ଶିକ୍ଷାକୁ ସମ୍ବୃଦ୍ଧ କରାଯାଇପାରିବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking