32.2 C
Bhubaneswar
Monday, May 12, 2025
Homeଓଡିଶାଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍‌: ୨ ଗୁରୁତର

ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍‌: ୨ ଗୁରୁତର

ସାଲେପୁର: କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଦୁର୍ଘଟଣା । ଟ୍ରଲରକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ପିକ୍‌ଅପ୍‌ ଭ୍ୟାନ୍‌ଟି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ମାଛ ଆଣିବା ପାଇଁ ଯାଉଥିଲା । ଏହି ସମୟରେ ଭାତପଡ଼ା ଛକ ନିକଟରେ ଟ୍ରଲରର ପଛପଟୁ ଧକ୍କା ଦେଇଥିଲା । ପିକଅପ୍ ଭ୍ୟାନ୍‌ର ଡ୍ରାଇଭର ଏବଂ ହେଲପର ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ପରେ ଘଟଣାସ୍ଥଳରେ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଛି । ତେବେ ଦୁର୍ଘଟଣା ପରେ ଟ୍ରଲର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି । ବାକି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking