19.1 C
Bhubaneswar
Sunday, January 11, 2026
Homeଓଡିଶାବାଇକକୁ ଧକ୍କା ଦେଲା ଭ୍ୟାନ: ଚାଲିଗଲା ଯୁବକଙ୍କ ଜୀବନ

ବାଇକକୁ ଧକ୍କା ଦେଲା ଭ୍ୟାନ: ଚାଲିଗଲା ଯୁବକଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଚେରୁପାଲି- ସାଲେଭଟା ଅଙ୍ଗନଦୀ ପୋଲ ନିକଟରେ ରବିବାର ମଧ୍ୟାହ୍ନରେ ଏକ ବାଇକ ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହୋଇଛି । ଫଳରେ ବାଇକରେ ଥିବା ବିନିକା ବ୍ଲକ ଚରଦା ଗ୍ରାମର ଭଜନ ବାଗ ଓ ତାଙ୍କ ପୁତୁରା ପାର୍ଥ ବାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଭଜନଙ୍କ ଝିଆରୀଙ୍କ ବାହାଘର କାର୍ଡ ବାଣ୍ଟି ଫେରୁଥିବା ବେଳେ ଉଭୟେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପାର୍ଥ ଓ ଭଜନ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଡୁଙ୍ଗୁରିପାଲିରୁ ବଲାଙ୍ଗୀର ପଟକୁ ଯାଉଥିବା ଗାଜର ବୋଝେଇ ପିକଅପ ଭ୍ୟାନଟି ସେମାନଙ୍କୁ ଉକ୍ତ ପୋଲ ନିକଟରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପାର୍ଥଙ୍କ ମୃତ୍ୟୁ ହୋଇଥିବା ବେଳେ ଭଜନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ବଡ ଡାକ୍ତରଖାନା ନିଆଯାଉଥିଲା । ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଡୁଙ୍ଗୁରିପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ସହ ମୃତଦେହ ଜବତ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking