ବାସୁଦେବପୁର: ଭଦ୍ରକ ଜିଲ୍ଲାର ବାସୁଦେବପୁରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଟୀକା ନେବା ପରେ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ ହୋଇଛି । ବାଲିମୁଣ୍ଡା ପଞ୍ଚାୟତ ନନ୍ଦପାଟଣାରେ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଗତକାଲି ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ଅସୁସ୍ଥ ହୋଇପଡିଥିଲେ ଶିଶୁ । ଅସୁସ୍ଥ ଅନୁଭବ କରିବାରୁ ଶିଶୁକୁ ତାଙ୍କ ପରିବାର ଲୋକେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଖବର ପାଇ ଘଟଣାସ୍ଥଲରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










