21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣରେ ଉତ୍ତରାଖଣ୍ଡ ଲିଙ୍କ୍‌

ଦିଲ୍ଲୀ ବିସ୍ଫୋରଣରେ ଉତ୍ତରାଖଣ୍ଡ ଲିଙ୍କ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଛି ଉତ୍ତରାଖଣ୍ଡ ଲିଙ୍କ୍। ଉତ୍ତର ପ୍ରଦେଶ ଏଟିଏସ୍ ଦ୍ୱାରା ସେୟାର କରାଯାଇଥିବା ରିପୋର୍ଟ ଆଧାରରେ ଉତ୍ତରାଖଣ୍‌ଡରେ ଗୁଇନ୍ଦା ମୁଖ୍ୟାଳୟ ୭ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ୭ ସନ୍ଦିଗ୍ଧ ଅନେକ ସମୟରେ ବିସ୍ଫୋରଣ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ଥିବାରୁ ଅଟକ ରଖିଛି। ଏହା ପରେ, ଉତ୍ତରାଖଣ୍ଡ ପୋଲିସ ଗୁଇନ୍ଦା ଏବଂ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ (ଏସଟିଏଫ୍‌) ଦଳ ଏହି ସନ୍ଦିଗ୍ଧଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି। ସୂତ୍ର ଅନୁଯାୟୀ, ଏସଟିଏଫ୍‌ ଦଳ ସମସ୍ତ ସାତ ଜଣ ସନ୍ଦିଗ୍ଧଙ୍କୁ ପୃଥକ ପଚରାଉଚରା କରୁଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଗତ ଛଅ ମାସର ସେମାନଙ୍କର କାର୍ଯ୍ୟକଳାପ, କଲ୍ ଡିଟେଲ୍ ରେକର୍ଡ, ସ୍ଥାନ, ସୋସିଆଲ ମିଡିଆ ଏବଂ ଆପ୍ ଡାଟା ଯାଞ୍ଚ କରୁଛନ୍ତି।

ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଏକ ପ୍ଲେସମେଣ୍ଟ ଏଜେନ୍ସି ସହିତ ଜଡିତ ବ୍ୟକ୍ତି, ଡାକ୍ତରୀ ବୃତ୍ତିରେ ଥିବା ବ୍ୟକ୍ତି ଏବଂ ଅଭିଯୁକ୍ତଙ୍କ ଦୁଇ ଘନିଷ୍ଠ ସହଯୋଗୀ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି। ଇଣ୍ଟେଲିଜେନ୍ସ ମୁଖ୍ୟାଳୟର ନିର୍ଦ୍ଦେଶରେ, ଏକ ସ୍ୱତନ୍ତ୍ର ଏସଟିଏଫ୍‌ ଦଳ ସେମାନଙ୍କ ଉପରେ ନିରନ୍ତର ନଜର ରଖିଛି। ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଏବଂ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଡକ୍ଟର ଉମର ଉନ ନବିଙ୍କ ସହିତ ଗିରଫ ହୋଇଥିବା ଆମିର ରସିଦ ଅଲି, ଡକ୍ଟର ମୁଜାମ୍ମିଲ ଶକିଲ, ଡକ୍ଟର ଆଦିଲ ରାଥାର ଏବଂ ଡକ୍ଟର ଶାହିନ ଶାହିଦଙ୍କ କଲ୍ ରେକର୍ଡ, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ଆପ୍ ଡାଟାର ତଦନ୍ତରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି। ଏହି ସୁରାକକୁ ଆଧାର କରି ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଉତ୍ତରାଖଣ୍ଡ ଲିଙ୍କ ଥିବା ଜାଣିବାକୁ ପାଇଥିଲେ

ପୂର୍ବରୁ ଦିଲ୍ଲୀରେ ଆଇଇଡି ଭର୍ତ୍ତି କାର ବିସ୍ଫୋରଣ ପଛରେ ଥିବା ଷଡ଼ଯନ୍ତ୍ରର କାଶ୍ମୀର, ହରିୟାଣା ଏବଂ ଉତ୍ତର ପ୍ରଦେଶ ସହିତ ଲିଙ୍କ୍ ଥିବା ଜଣାପଡ଼ିଥିଲା। ଏବେ, ଉତ୍ତରାଖଣ୍ଡର ଲିଙ୍କ୍ ସମ୍ପୂର୍ଣ୍ଣ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେଉଛି। ତଦନ୍ତ କରାଯାଉଥିବା ସାତ ଜଣ ସନ୍ଦିଗ୍ଧ ବ୍ୟକ୍ତି କୌଣସି ପ୍ରକାରେ ଅଭିଯୁକ୍ତଙ୍କ ନେଟୱାର୍କ ସହିତ ଜଡିତ ହୋଇଥିବା ସନ୍ଦେହ କରାଯାଉଛିସୂତ୍ର ଅନୁଯାୟୀ ଏହି ତଦନ୍ତ ପାଇଁ ୟୁପି ଏଟିଏସ୍‌ର ଏକ ଦଳ ମଧ୍ୟ ଉତ୍ତରାଖଣ୍ଡ ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଉତ୍ତରାଖଣ୍ଡ ଗୁଇନ୍ଦା ଏବଂ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ (ଏସ୍‌ଟିଏଫ୍‌) ପୂର୍ବରୁ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଠାବ କରିସାରିଥିଲା।

ଉଭୟ ରାଜ୍ୟର ପୋଲିସ ଏକ ସମନ୍ୱୟ ଡେସ୍କ ମାଧ୍ୟମରେ ନିରନ୍ତର ସୂଚନା ଆଦାନପ୍ରଦାନ କରୁଛନ୍ତି, ଯାହା ଫଳରେ ୟୁପି ଏଟିଏସ୍‌କୁ ଉତ୍ତରାଖଣ୍ଡ ପଠାଇବାର ଆବଶ୍ୟକ ପଡିଲା ନାହିଁଏହି ସମୟରେ, ଉତ୍ତରାଖଣ୍ଡ ଇଣ୍ଟେଲିଜେନ୍ସ ଏହି ବିଷୟରେ ଆନୁଷ୍ଠାନିକ ଭାବରେ ମନ୍ତବ୍ୟ ଦେବାକୁ ମନା କରିଦେଇଛି। ତଥାପି, ଅଧିକାରୀମାନେ କହିଛନ୍ତି ଯେ ସେମାନେ ଏନଆଇଏ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ତଦନ୍ତ ସହିତ ଜଡିତ ସମସ୍ତ ସୂଚନା ସେୟାର କରୁଛନ୍ତି। ବର୍ତ୍ତମାନ, ସାତ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଦିଲ୍ଲୀ ବିସ୍ଫୋରଣ ସହିତ ପ୍ରତ୍ୟେକ ସଂଯୋଗର ତଦନ୍ତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking