23.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଉତ୍ତରପ୍ରଦେଶ : ଭୟଙ୍କର ବିସ୍ଫୋରଣ, ୫ ମୃତ

ଉତ୍ତରପ୍ରଦେଶ : ଭୟଙ୍କର ବିସ୍ଫୋରଣ, ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଛି ଅଭାବନୀୟ ଘଟଣା । ବାଣ ଫ୍ୟାକ୍ଟ୍ରିରେ ହେଲା ବିସ୍ଫୋରଣ। ଚାଲିଗଲା ୫ ଜଣଙ୍କ ପ୍ରାଣ। ୧୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସୂଚନା ମୁତାବକ ସୋମବାର ରାତି ପ୍ରାୟ ୧୦ଟା ବେଳେ ହଠାତ ବାଣ ଗୋଦାମରେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମ ଚାରିପାଖରେ ଥିବା ୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଘର ଗୁଡ଼ିକର ଛାତ ଉଡ଼ି ଯାଇଛି ଏବଂ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି। ଏଥିରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୦ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନୌଶହେରା ଗରେ ବାଣ ବ୍ୟବସାୟ ବର୍ଷ ବର୍ଷ ଧରି ଚାଲିଆସୁଛି। ଏହା ପୂର୍ବରୁ ମଧ୍ୟ ଛୋଟ ମୋଟ ଦୁର୍ଘଟଣା ଘଟିଛି, କିନ୍ତୁ ଏହି ବିସ୍ଫୋରଣ ଏପର୍ଯ୍ୟନ୍ତର ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି।
ବିନା ଲାଇସେନ୍ସରେ ବେଆଇନ ଭାବେ ଏଠାରେ ବାଣ ଗୋଦାମ ଚାଲିଥିଲା। ଆବାସିକ ଅଞ୍ଚଳରେ ଏହିପରି ଗୋଦାମର ଲାଇସେନ୍ସ ଦିଆ ଯାଇନଥାଏ। ଏହି ପ୍ରସଙ୍ଗରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ଆଗ୍ରା ରେଞ୍ଜ ଆଇଜି ଦୀପକ କୁମାର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking