24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଉତ୍ତରପ୍ରଦେଶ: ୧୮ ଶ୍ରମିକ ଆହତ

ଉତ୍ତରପ୍ରଦେଶ: ୧୮ ଶ୍ରମିକ ଆହତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କନୌଜର ରେଳ ଷ୍ଟେସନରେ  ଆଜି ବଡ ଅଘଟଣ ଘଟିଛି ।  କନୌଜରେ ନିର୍ମାଣାଧୀନ ଅମୃତ ଭାରତ ରେଳ ଷ୍ଟେସନର ଲିଣ୍ଟେଲ୍ ଭୁଶୁଡ଼ି ପଡ଼ିବା ପରେ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ତଥାପି, ଉଦ୍ଧାର କାର‌୍ୟ୍ୟ ସମୟରେ କିଛି ଶ୍ରମିକଙ୍କୁ ଭଗ୍ନାବଶେଷରୁ ବାହାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣ ଶ୍ରମିକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଜ୍ଝସୂଚନା ମୁତାବକ ଉତ୍ତରପ୍ରଦେଶର କନୌଜରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏହି ନିର୍ମାଣ କାର‌୍ୟ୍ୟ ଚାଲିଥିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନର ଲିଣ୍ଟେଲ୍ ନିର୍ମାଣ କାର‌୍ୟ୍ୟ ଚାଲିଥିବା ସମୟରେ ଭୁଶୁଡ଼ି ପଡ଼ିଥିଲା।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking