ଯାଜପୁର: ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ଉତ୍କର୍ଷ ସାମ୍ବାଦିକ କର୍ମଶାଳା ଦାନଗଦି ସ୍ଥିତ ହୋଟେଲ ରୟାଲ ତାଜ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମବାୟ ଓ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ପାଇଁ ସରକାର ତପ୍ତର ଅଛନ୍ତି ସମସ୍ତେ ସତ୍ୟ ଖବର ପରିବେଷଣ କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ। ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର ଯୋଗ ଦେଇ ରାଜ୍ୟ ସରକାର ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ଯଦି ଆମେ ଦେଇଥିବା ଦାବୀ ଗୁଡିକୁ ପୂରଣ ନ କରନ୍ତି ତାହେଲେ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି କହିବା ସହ ନିରପେକ୍ଷ ଖବର ପରିବେଷଣ କରିବା ପାଇଁ କହିଥିଲେ।ଅନ୍ୟତମ ଅତିଥି ଭାବେ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ,ରାଜ୍ୟ ସମ୍ପାଦକ ବିଶ୍ୱଜିତ ନାୟକ,ଜିଲ୍ଲା ସଭାପତି ହରିହର ସ୍ୱାଇଁ,ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି,ପ୍ରମୁଖ ମଞ୍ଚାସିନ ଥିଲେ।
ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ସଫଳ ମହିଳା ଉଦ୍ୟୋଗୀ ଅବନ୍ତୀ ସାମଲ,ଯୁବ ଉଦ୍ୟୋଗୀ ଇଂ. ଅରବିନ୍ଦ ମହାରଣା,ସଫଳ ଉଦ୍ୟୋଗୀପତି ହରିହର କରଣ,ୟୁଥ ଆଇକନ ସ୍ମୁତି ରଞ୍ଜନ ଜେନା,ଆରକ୍ଷୀ ଅଧିକ୍ଷକ ଆଶିଷ କୁମାର ସାହୁ,ସଫଳ ଉଦ୍ୟୋଗୀ ଦେବେନ୍ଦ୍ର ଜେନା,ଚାଟାର୍ଡ଼ ଆକାଉଣ୍ଟଣ୍ଟ ପ୍ରଶାନ୍ତ କୁମାର ରାୟ,ସମବାୟ ବିତ ଓ ସମାଜସେବୀ ପ୍ରତାପ କୁମାର ଧୀର,ନିଦାନ ଓ ସ୍ୱାସ୍ଥ୍ୟ ଚିକିତ୍ସା ରେ ରବୀନ୍ଦ୍ର ଡାକୁଆ,ସହକାରୀ ପ୍ରଧ୍ୟାପକ ଓ ସାମ୍ବାଦିକତା ଗଣ ଯୋଗାଯୋଗ ସାମନ୍ତ ବିଶ୍ୱ ଭୂଷଣ ଧୀର,ସୁଧୀ ରଞ୍ଜନ ମିଶ୍ର ବରିଷ୍ଠ ପ୍ରଶାସକ ଜିନ୍ଦଲ ଷ୍ଟିଲ,ଡାକ୍ତର ସନ୍ତୋଷ କୁମାର ଧଳ ଯୁବ ସମାଜସେବୀ.. ପ୍ରମୁଖ ଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,ଶେଷରେ ଦୂରଦର୍ଶନ ର ସାମ୍ବାଦିକ ପ୍ରିୟରଞ୍ଜନ କର ଓ ସାମନ୍ତ ବିଶ୍ୱଭୂଷଣ ଧୀର ଙ୍କ ଦ୍ୱାରା ଏକ ସାମ୍ବାଦିକତା ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ସାମ୍ପ୍ରତିକ ସମାଜ ଓ ଭିଡ଼ ଭିତରେ ସାମ୍ବାଦିକତା କିପରି କରାଯାଏ ତାହା ବୁଝାଇ କହିଥିଲେ, ଆଜିର ଏହି ବାର୍ଷିକ ଉତ୍ସବଟିକୁ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ବରିଷ୍ଠ ସାମ୍ବାଦିକ ରଙ୍ଗବଲ୍ଲଭ ସାହୁ,ଉପଦେଷ୍ଟା ଦୁଷ୍ମନ୍ତ ଘଡେଇ, ବିପ୍ଳବ ବିଜୟ ପଣ୍ଡା,ଜାତୀୟ ପରିଷଦ ସଭ୍ୟ ପ୍ରଦୀପ ଚାନ୍ଦ,ଉପ ସଭାପତି ପ୍ରଦୀପ ଜେନା, ସମ୍ପାଦକ ସୁଭାଶିଷ ରାଉତ ପ୍ରମୁଖ ସହ ଯୋଗ କରିଥିଲେ ।









