28.1 C
Bhubaneswar
Saturday, October 5, 2024
Homeଖେଳଉସ୍‌ମାନ୍ କାଦିରଙ୍କ ଅଚାନକ ଅବସର ଘୋଷଣା

ଉସ୍‌ମାନ୍ କାଦିରଙ୍କ ଅଚାନକ ଅବସର ଘୋଷଣା

କରାଚି:  ପାକିସ୍ତାନୀ କ୍ରିକେଟର୍ ଉସ୍ମାନ୍ କାଦିର ଅଚାନକ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଉସ୍ମାନ୍ ପାକିସ୍ତାନ ପକ୍ଷରୁ ଟି-୨୦ ଏବଂ ଦିନିକିଆ ଖେଳିଥିବା ବେଳେ ଟେଷ୍ଟ ଖେଳିବା ସୁଯୋଗ ତାଙ୍କୁ ମିଳିପାରି ନାହିଁ । ୩୧ ବର୍ଷୀୟ ଉସ୍ମାନ୍ କାଦିର ପାକିସ୍ତାନର ମହାନ୍ ସ୍ପିନର୍ ଅବ୍‌ଦୁଲ୍ କାଦିରଙ୍କ ପୁତ୍ର । ସେ ସୋସିଆଲ୍ ମିଡିଆ ପୋଷ୍ଟରେ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଦେଶର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ବହୁତ ବଡ଼ ସମ୍ମାନର ବିଷୟ ବୋଲି ସେ ଏହି ପୋଷ୍ଟ୍‌ରେ କହିଛନ୍ତି । ଏହା ସହିତ ପ୍ରତ୍ୟେକ ପଦକ୍ଷେପରେ ତାଙ୍କୁ ସମର୍ଥନ ଦେଇଥିବା କୋଚ୍ ଏବଂ ସାଥୀ ଖେଳାଳିଙ୍କୁ ଉସ୍ମାନ୍ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ସମର୍ଥନରେ ସର୍ବଦା ଛିଡ଼ା ହୋଇଥିବା ପ୍ରଶଂସକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଉସ୍ମାନ୍ କାଦିର ୨୦୨୧ରେ ସାଉଥ୍ ଆଫ୍ରିକା ପକ୍ଷରୁ ଦିନିକିଆ ଡେବ୍ୟୁ କରିଥିଲେ । ତେବେ ଏହାପରେ ସେ ପାକିସ୍ତାନ ପକ୍ଷରୁ ନିଜର ଦ୍ୱିତୀୟ ଦିନିକିଆ ମଧ୍ୟ ଖେଳିପାରି ନଥିଲେ । ଏହା ବ୍ୟତୀତ ଉସ୍ମାନ୍ କାଦିର ପାକିସ୍ତାନ ପାଇଁ ୨୫ ଟି-୨୦ ମ୍ୟାଚ୍ ଖେଳି ୩୧ ୱିକେଟ୍ ହାସଲ କରିଛନ୍ତି । ଏହା ସତ୍ତ୍ୱେ ସେ ବହୁ ସମୟ ଧରି ଏହି ଫର୍ମାଟ୍‌ରୁ ମଧ୍ୟ ଦୂରରେ ଥିଲେ । ସେ ୨୦୨୩ ଅକ୍ଟୋବରରେ ବାଂଲାଦେଶ ବିପକ୍ଷରେ ନିଜ କ୍ୟାରିୟର୍‌ର ଅନ୍ତିମ ଟି-୨୦ ମ୍ୟାଚ୍ ଖେଳିଥିଲେ । ଅର୍ଥାତ୍ ଏକବର୍ଷ ଧରି ସେ ଟିମ୍‌ରୁ ଦୂରରେ ଥିଲେ ଏବଂ ଏବେ ଅବସର ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking