31.1 C
Bhubaneswar
Friday, March 27, 2026
Homeଓଡିଶା୧ରୁ ପ୍ରାଣୀଙ୍କ ଚିକିତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ହେବ ଛାଡ

୧ରୁ ପ୍ରାଣୀଙ୍କ ଚିକିତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ହେବ ଛାଡ

ଭୁବନେଶ୍ୱର: ରାଜ୍ୟର ଜନ ସାଧାରଣଙ୍କ ଅନୁରୋଧକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦି ପ୍ରାଣୀଙ୍କ ଚିକିତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼ କରାଯାଇଛି।ଏହି ନିଃଶୁଳ୍କ ଚିକିତ୍ସା ସୁବିଧା ମାର୍ଚ୍ଚ ୧ ରୁ ଲାଗୁ କରାଯିବ ବୋଲି ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦେୟମୁକ୍ତ ସାର୍ବଜନୀନ ପ୍ରାଣୀଚିକିତ୍ସା ଓ ପ୍ରାଣୀସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ଆମେ ଏହି ନିଷ୍ପତ୍ତି ନେଇଛୁ। ମୋର ବିଶ୍ୱାସ ଏହି ନିଷ୍ପତି ନିଶ୍ଚିତ ଭାବରେ ଗୋପାଳକ ତଥା ପ୍ରାଣୀସମ୍ପଦ ବିଭାଗ ପ୍ରତି ଇଚ୍ଛା ରଖୁଥିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ସହାୟକ ହେବ। ଆମେ ମାଗଣା ସାର୍ବଜନୀନ ପଶୁପାଳନ ଯତ୍ନ ଏବଂ ପଶୁପାଳନ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେଇଛୁ। ମୁଁ ବିଶ୍ୱାସ କରୁଛି ଯେ ଏହି ନିଷ୍ପତ୍ତି ପଶୁପାଳନ ପ୍ରତି ଆଗ୍ରହୀ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ନିଶ୍ଚିତ ଭାବରେ ସହାୟକ ହେବ ସେ ଦର୍ଶାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking