26.1 C
Bhubaneswar
Saturday, October 26, 2024
Homeଓଡିଶାୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ୟୁଜିସିର ବିନା ଅନୁମତିରେ  ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ । ୟୁଜିସିର ଲୋଗେୁ କିମ୍ବା ନାମକୁ  ଅନାଧିକୃତ ଭାବେ  ବ୍ୟବହାର କରୁଥିଲେ ଏବେଠୁ ସାବଧାନ ହୁଅନ୍ତୁ । ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବେ ୟୁଜିସି । ଏପରି କଡା ଚେତାବନୀ ୟୁଜିସି ପକ୍ଷରୁ ଦିଆଯାଇଛି ।ୟୁଜିସି  ପକ୍ଷରୁ ଚିଠି ମାଧ୍ୟମରେ ଉଲ୍ଲେଖ କରାଯାଇଛି । ୟୁଜିସିର ଲୋଗୋ ଏବଂ ନାମକୁ ଅନେକ ସମୟରେ ଅସାଧୁ ବ୍ୟକ୍ତି , ଶିକ୍ଷାନୁଷ୍ଠାନ  ଅନଧିକୃତ ଭାବେ ବ୍ୟବହାର କରୁଛନ୍ତି । ୟୁଜିସିର  ଦୃଷ୍ଟିକୁ ଏପରି ଅନେକ ଅଭିଯୋଗ ଆସିଛି । ଯେଉଁଥିରେ କିଛି ଅସାଧୁ ବ୍ୟକ୍ତି,  ଶିକ୍ଷାନୁଷ୍ଠାନ ୟୁଜିସିର ବିନା ଅନୁମୋଦନରେ ୟୁଜିସିର ଲୋଗୋ ବ୍ୟବହାର କରି  ଏଥିରେ ବିଭିନ୍ନ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି ।  ଯେଉଁଥିରେ ବିଭିନ୍ନ ପାଠ୍ୟକ୍ରମ , ନାମଲେଖା ସମ୍ପର୍କିତ ତଥ୍ୟ ପ୍ରଦାନ କରୁଛନ୍ତି ।  ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ପଡୁଛନ୍ତି  । ଆଗକୁ ଏପରି  ନକରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି ।  ଯଦି ଏପରି  ବିଶୃଙ୍ଖଳା ଦେଖବାକୁ ମିଳେ ଟ୍ରେଡ ମାର୍କ  ଆକ୍ଟ ଉଲ୍ଲଙ୍ଘନ  ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking