28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶ୧୯ ଦେଶର ପ୍ରବାସ ଆବେଦନ ସ୍ଥଗିତ ରଖିଲା ଆମେରିକା

୧୯ ଦେଶର ପ୍ରବାସ ଆବେଦନ ସ୍ଥଗିତ ରଖିଲା ଆମେରିକା

ୱାଶିଂଟନ୍‌: ଟ୍ରମ୍ପ ପ୍ରଶାସନ ୧୯ଟି ଅଣ-ୟୁରୋପୀୟ ଦେଶରୁ ପ୍ରବାସୀମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଗ୍ରୀନ୍ କାର୍ଡ ଏବଂ ଆମେରିକୀୟ ନାଗରିକତା ପ୍ରକ୍ରିୟାକରଣ ସମେତ ସମସ୍ତ ପ୍ରବାସ ଆବେଦନକୁ ବନ୍ଦ କରିଦେଇଛି। ପ୍ରଶାସନ ଜାତୀୟ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକାଶ କରିବା ପୂର୍ବକ ଏପରି ନିଷ୍ପତ୍ତି ନେଇଛି। ତେବେ ଆମେରିକା ସରକାରଙ୍କ ଏହି ପ୍ରକ୍ରିୟା ବନ୍ଦଜନିତ ନିଷ୍ପତ୍ତି ୧୯ଟି ଦେଶର ଲୋକଙ୍କ ପାଇଁ ପ୍ରଯୁଜ୍ୟ। ପ୍ରକାଶ, ଗତ ଜୁନ୍ ମାସରେ ଆମେରିକା ସରକାରଙ୍କ ପକ୍ଷରୁ ପ୍ରବାସୀ ନାଗରିକମାନଙ୍କ ଆମେରିକା ଆଂଶିକ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା, ଏବଂ ପ୍ରବାସ ଉପରେ ଆହୁରି କଟକଣା ଲଗାଯାଇଥିଲା। ଦେଶଗୁଡ଼ିକର ତାଲିକାରେ ଆଫଗାନିସ୍ତାନ ଏବଂ ସୋମାଲିଆକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂତନ ନୀତିକୁ ରୂପରେଖା ପ୍ରଦାନ କରୁଥିବା ସରକାରୀ ସ୍ମାରକପତ୍ରରେ ଗତ ସପ୍ତାହରେ ୱାଶିଂଟନରେ ଆମେରିକୀୟ ନ୍ୟାସନାଲ ଗାର୍ଡ ସଦସ୍ୟଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉଲ୍ଲେଖ କରାଯାଇଛି ଯେଉଁଥିରେ ଜଣେ ଆଫଗାନ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ଭାବରେ ଗିରଫ କରାଯାଇଛି। ଗୁଳିକାଣ୍ଡରେ ନ୍ୟାସନାଲ ଗାର୍ଡର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।

ଟ୍ରମ୍ପ ମଧ୍ୟ ସାମ୍ପ୍ରତିକ ସମୟରେ ସୋମାଲିଆବାସୀଙ୍କ ବିରୁଦ୍ଧରେ ବୟାନବାଜିକୁ ଜୋରଦାର କରିଛନ୍ତି। ଟ୍ରମ୍ପ୍ ସେମାନଙ୍କୁ ଅଳଆ ଆବର୍ଜନା କହି ଭର୍ତ୍ସନା କରିଛନ୍ତି ଏବଂ କହିଛନ୍ତି ଯେ, ଆମେ ସେମାନଙ୍କୁ ଆମ ଦେଶରେ ଚାହୁଁନାହୁଁ। ଏମାନେ ତୁରନ୍ତ ଆମ ଦେଶ ଛାଡି ନିଜ ଦେଶକୁ ଚାଲିଯାଆନ୍ତୁ। ୧୯ଟି ଦେଶ ଗୁଡିକ ହେଲେ ତୁର୍କମେନିସ୍ତାନ, ଇରିଟ୍ରିଆ, ଆଫଗାନିସ୍ତାନ, ଇରାନ, ମିଆଁମାର, ଲିବିଆ, ଚାଡ୍‌, ସୁଦାନ, ଲାଓସ, ୟେମେନ୍‌, ଟୋଗୋ, ସିଏରା ଲିଓନ, ସୋମାଲିଆ, ବୁରୁଣ୍ଡି, ଇକ୍ୱାଟୋରିଆଲ ଗିନି, କଙ୍ଗୋ ଗଣରାଜ୍ୟ, କ୍ୟୁବା, ହାଇତି ଏବଂ ଭେନେଜୁଏଲା। ପ୍ରକାଶ, ଜାନୁଆରୀରେ ପଦକୁ ଫେରିବା ପରଠାରୁ, ଟ୍ରମ୍ପ ଆକ୍ରମଣାତ୍ମକ ଭାବରେ ପ୍ରବାସ ପ୍ରସଙ୍ଗକୁ ପ୍ରାଥମିକତା ଦେଇଛନ୍ତି। ପ୍ରମୁଖ ଆମେରିକୀୟ ସହରଗୁଡ଼ିକୁ ଫେଡେରାଲ୍ ଏଜେଣ୍ଟମାନଙ୍କୁ ପଠାଇବା ସହ ଆମେରିକା-ମେକ୍ସିକୋ ସୀମାରେ ଶରଣାର୍ଥୀମାନଙ୍କୁ ଫେରାଇ ଦେଇଛନ୍ତି। ନୂତନ ନୀତି ଅନୁସାରେ ବିଚାରାଧୀନ ଆବେଦନଗୁଡ଼ିକୁ ସ୍ଥଗିତ ରଖିବ ସହ ସମସ୍ତ ପ୍ରବାସୀଙ୍କୁ “ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ସୁରକ୍ଷା ବିପଦକୁ ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ” କରିବା ପାଇଁ ଏକ ସମ୍ଭାବ୍ୟ ସାକ୍ଷାତକାର ଏବଂ ଆବଶ୍ୟକ ହେଲେ ପୁନଃ ସାକ୍ଷାତକାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking