25.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶପନ୍ନୁର ଫୋନ୍ ନମ୍ବର-ବ୍ୟାଙ୍କ ବିବରଣୀ ଦେବାକୁ ମନାକଲା ଆମେରିକା

ପନ୍ନୁର ଫୋନ୍ ନମ୍ବର-ବ୍ୟାଙ୍କ ବିବରଣୀ ଦେବାକୁ ମନାକଲା ଆମେରିକା

ୱାଶିଂଟନ୍‌: ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁକୁ ଗିରଫ କରିବା ପାଇଁ ଭାରତ ପକ୍ଷରୁ ଚେଷ୍ଟା ଜାରି ରହିଛି। ତେବେ ଏସବୁ ମଧ୍ୟରେ ଆମେରିକା ସରକାରଙ୍କୁ ଭାରତ ପକ୍ଷରୁ ପନ୍ନୁର ବ୍ୟାଙ୍କ୍ ଏବଂ ଫୋନ୍ ଡିଟେଲ୍ସ ଭଳି କିଛି ତଥ୍ୟସବୁକୁ ହସ୍ତାନ୍ତର କରିବାକୁ କୁହାଯାଇଥିବା ବେଳେ ଆମେରିକା ସରକାର କିନ୍ତୁ ଏସବୁ ତଥ୍ୟ ଦେବାକୁ ସିଧାସଳଖ ମନା କରିଦେଇଛି। ବାସ୍ତବରେ ଭାରତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଆମେରିକାରୁ ପନ୍ନୁର ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ୍ ନମ୍ବର ବିଷୟରେ ସୂଚନା ମାଗିଥିଲା। ଏହାର ଜବାବରେ ଆମେରିକା କହିଛି, ତାଙ୍କ ଦେଶରେ ଏହି ଅପରାଧର ଦଣ୍ଡ ଏକ ବର୍ଷରୁ ମଧ୍ୟ କମ୍‌, ତେଣୁ ସେମାନେ ସୂଚନା ଦେଇପାରିବେ ନାହିଁ।

ପନ୍ନୁ ନିର୍ଦ୍ଦେଶରେ ୨୦୨୦, ଅଗଷ୍ଟ ୧୪ରେ ପଞ୍ଜାବର ମୋଗାସ୍ଥିତ ଜିଲ୍ଲା ପ୍ରଶାସନିକ କମ୍ପେ୍ଲକ୍ସରେ ଖଲିସ୍ତାନୀ ପତାକା ଉତ୍ତୋଳନ କରାଯାଇଥିଲା। ଦୁଇଜଣ ବ୍ୟକ୍ତି ସୁରକ୍ଷା କର୍ଡନ ଭାଙ୍ଗି ମୋଗାର ଜିଲ୍ଲା ପ୍ରଶାସନିକ କମ୍ପେ୍ଲକ୍ସ (ଡେପୁଟି କମିଶନର ଅଫିସ୍ ବିଲଡିଂ)ରେ ପ୍ରବେଶ କରିଥିଲେ। ସେମାନେ ଛାତ ଉପରେ ଖାଲିସ୍ତାନୀ ପତାକା ଉତ୍ତୋଳନ କରି ତ୍ରିରଙ୍ଗାକୁ ଅପମାନିତ କରିଥିଲେ। ୫ ସେପ୍େଟମ୍ବର ୨୦୨୦ରେ, ଏନଆଇଏ ପକ୍ଷରୁ ଏନେଇ ଭାରତୀୟ ଦଣ୍ଡ ସଂହିତା ଧାରା ୧୨୧, ୧୨୪ (ଏ), ୧୫୩-ଏ, ୧୫୩-ବି ଏବଂ ଜାତୀୟ ସମ୍ମାନ ଆଇନ ଅଧିନିୟମର ଧାରା ୨ ଅନୁଯାୟୀ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ସୂଚନାଯୋଗ୍ୟ, ଭାରତରେ ପନ୍ନୁ ଆତଙ୍କବାଦ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ସେ ଆମେରିକା ଏବଂ କାନାଡାର ଦ୍ୱୈତ ନାଗରିକତ୍ୱ ପାଇଛନ୍ତି। ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଭାରତର ଗୃହ ମନ୍ତ୍ରଣାଳୟ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି।

ଏସବୁ ମଧ୍ୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୁରୁବାର ଲୋକସଭାରେ ଏକ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ ଭାରତ ପାଇଁ ଅଧିକାଂଶ ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଅପରାଧୀଙ୍କୁ (୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ କୋଲେମାନ ହେଡଲି, ସତୀନ୍ଦରଜିତ ସିଂ ଛଦ୍ମନାମ ଗୋଲଡି ବ୍ରାର ଏବଂ ଅନମୋଲ ବିଶ୍ନୋଇଙ୍କ ଭଳି ଗ୍ୟାଙ୍ଗଷ୍ଟର ସମେତ) ଆମେରିକା ହିଁ ଶରଣ ଦେଇଛି। ବର୍ତ୍ତମାନ ସୁଦ୍ଧା ଆମେରିକା ସରକାରଙ୍କୁ ଭାରତ ଦେଇଥିବା ଏପ୍ରକାର ୧୭୮ ଅପରାଧୀଙ୍କ ପ୍ରତ୍ୟର୍ପଣ ଅନୁରୋଧ ମଧ୍ୟରୁ ୬୫ ଜଣ ଆମେରିକାର ସରକାରଙ୍କ ନିକଟରେ ବିଚାରାଧୀନ ଅଛନ୍ତି। ଫଳରେ ଭାରତର ବହୁ ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀ ଏବଂ ଆତଙ୍କବାଦୀଙ୍କ ପାଇଁ ଆମେରିକା ଏକ ସୁରକ୍ଷିତ ସ୍ଥାନ ପାଲଟିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking