25.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ, ଦୁର୍ବୃତ୍ତକୁ ଗିରଫ କଲା ପୁଲିସ

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ, ଦୁର୍ବୃତ୍ତକୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ। ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁଥିବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ତେବେ ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜିନଥିବା ଜଣାପଡ଼ିଛି। କିଛି ଦିନ ତଳେ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ସୂଚନା ଅନୁସାରେ, ରବିବାର ମଧ୍ୟାହ୍ନ ୨ଟା (ଭାରତୀୟ ସମୟ ରାତି ୧୧.୩୦)ରେ ଟ୍ରମ୍ପଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ସେ ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଚାରି ରାଉଣ୍ଡ ଗୁଳିମାଡ଼ ହୋଇଥିଲେ ମଧ୍ୟ ଟ୍ରମ୍ପ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜି ନାହିଁ। ଘଟଣା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ କାବୁ କରାଯାଇଛି। ଅଭିଯୁକ୍ତ ଜଣକ ୫୮ ବର୍ଷୀୟ ରିୟାନ ୱେସଲି ରୌଥ ବୋଲି ଜଣାପଡିଛି। କିନ୍ତୁ ତାଙ୍କ ଉଦ୍ଦେଶ୍ୟ ଜଣାପଡିନାହିଁ। ଗୁଳିମାଡ଼ର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ଆମେରିକା ତଦନ୍ତକାରୀ ସଂସ୍ଥା କହିଛି।ତେବେ ଅଭିଯୁକ୍ତ ୱେସଲି ଟ୍ରମ୍ପଙ୍କୁ ଏକେ-୪୭ ଷ୍ଟାଇଲର ବନ୍ଧୁକରେ ଆକ୍ରମଣ କରିଥିବା କୁହାଯାଉଛି। ସେ ମାତ୍ର ୨୭୫-୪୫୦ ମିଟର ଦୂରରେ ଥାଇ ଟ୍ରମ୍ପଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସୁରକ୍ଷିତ ଥିବା ନେଇ ଟ୍ରମ୍ପ ନିଜେ ସୂଚନା ଦେଇଛନ୍ତି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking