21.7 C
Bhubaneswar
Monday, February 23, 2026
Homeଦେଶ ବିଦେଶଲିଙ୍ଗ ପରିବର୍ତ୍ତନ ଉପରେ ଆମେରିକା ଲଗାଇଲା ବ୍ୟାନ୍‌

ଲିଙ୍ଗ ପରିବର୍ତ୍ତନ ଉପରେ ଆମେରିକା ଲଗାଇଲା ବ୍ୟାନ୍‌

ୱାଶିଂଟନ୍‌: ଲିଙ୍ଗ ପରିବର୍ତ୍ତନ ଉପରେ ଆମେରିକା ଲଗାଇଲା ବ୍ୟାନ୍‌। ଆମେରିକାରେ ଡୋନାଲ୍ଡ ଟ୍ରମ୍ପ୍ କ୍ଷମତାକୁ ଆସିବା ପରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ କରାଯାଉଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଲିଙ୍ଗ ପରିବର୍ତ୍ତନ ଆଇନ । ବର୍ତ୍ତମାନ ଟ୍ରମ୍ପଙ୍କ ନୂତନ ଆଦେଶ ମୁତାବକ, ସମସ୍ତଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ କରିବା ସହଜ ହେବ ନାହିଁ । ଏବେ ଆମେରିକାରେ ୧୯ ବର୍ଷରୁ କମ୍ ବୟସର ପିଲାମାନେ ଲିଙ୍ଗ ପରିବର୍ତ୍ତନ କରାଇ ପାରିବେ ନାହିଁ । ଏହାକୁ ନିଷେଧ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରିଛନ୍ତି । ଟ୍ରମ୍ପ୍ ଏକ ବୟାନରେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ନୀତି ହେଉଛି, ସେ କୌଣସି ପିଲାର ଏକ ଲିଙ୍ଗରୁ ଅନ୍ୟ ଲିଙ୍ଗକୁ ତଥାକଥିତ ପରିବର୍ତ୍ତନକୁ ସମର୍ଥନ କରିବ ନାହିଁ। ଟ୍ରମ୍ପ ସୋମବାର ପେଣ୍ଟାଗନ୍‌କୁ ଏକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ଟ୍ରାନ୍ସଜେଣ୍ଡର ଲୋକଙ୍କୁ ସାମରିକ ସେବାରେ ବାରଣ କରାଯାଇପାରିବ । ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ୨ୟ ଥର କ୍ଷମତାକୁ ଆସିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି ।

ଏହାରି ମଧ୍ୟରେ ସେ ଆମେରିକାର ଜନ୍ମାଧିକାର ନାଗରିକତା ଆଇନକୁ ରଦ୍ଦ କରିବା ଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆମେରିକାରେ ଗତ ୧୫୦ ବର୍ଷ ଧରି ଜନ୍ମ ଅଧିକାର ନାଗରିକତା ଆଇନ ବଳବତ୍ତର ରହିଛି । ଏହି ଆଇନ ଅନୁଯାୟୀ ଯଦି ଅନ୍ୟ ଦେଶର କୌଣସି ଦମ୍ପତି ଆମେରିକାରେ ପିଲା ଜନ୍ମ କରନ୍ତି ତେବେ ସେହି ପିଲାଙ୍କୁ ଆମେରିକାର ନାଗରିକତା ପ୍ରଦାନ କରଯାଇଥାଏ । କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏକ ନିର୍ଦ୍ଦେଶନାମା ଜାରି କରି ତାହା ରଦ୍ଦ କରିଛନ୍ତି । ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆମେରିକାରେ ଜନ୍ମ ହେଉଥିବା ପିଲାଙ୍କୁ ଆଉ ଆପେଆପେ ନାଗରିକତା ମିଳି ପାରିବ ନାହିଁ । ଯଦି ପିଲାଟିର ବାପା ମା’ଙ୍କ ମଧ୍ୟରୁ ଜଣେ ଆମେରିକାର ନାଗରିକ ହୋଇଥିବେ, ସେମାନଙ୍କ ପାଖରେ ଆଇନଗତ ସ୍ଥାୟୀ ଠିକଣା କିମ୍ବା ଆମେରିକା ସେନାର ସଦସ୍ୟ ଥିବା ଲୋକଙ୍କଠାରୁ ଜନ୍ମିତ ପିଲାଙ୍କୁ ହିଁ ନାଗରିକତା ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking