25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଇରାନ ଉପରେ ଆମେରିକାର ଆକ୍ରମଣ

ଇରାନ ଉପରେ ଆମେରିକାର ଆକ୍ରମଣ

ନୂଆଦିଲ୍ଲୀ: ଶେଷରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା ସାମିଲ ହେଲେ ଏହା ୩ୟ ବିଶ୍ଵଯୁଦ୍ଧ ହୋଇପାରେ ଆଲୋଚନା ହେଉଥିଲା। ଏବେ ଆମେରିକା ସାମିଲ ହେବା ପରେ ଏହାର ସମ୍ଭାବନା ବୃଦ୍ଧି ପାଇଛି।ଶନିବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରାଯାଇଛି। ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହନ ପରମାଣୁ ଘାଟି ଉପରେ ଆମେରିକା ଏୟାରଷ୍ଟ୍ରାଇକ ଜରିଆରେ ବୋମାମାଡ଼ କରିଛି। ପରମାଣୁ ଚୁକ୍ତି କରିବାକୁ ଇରାନ ଅମଙ୍ଗ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ସେ ମୁଣ୍ଡ ନୁଆଁଇ ନ ଥିଲେ। ଏହା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା। ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ଇସ୍ରାଏଲ ସମର୍ଥନରେ ଯୁଦ୍ଧକୁ ଓହ୍ଲାଇଛି।

ପୂର୍ବରୁ ଇରାନ ପକ୍ଷରୁ ଆମେରିକା, ଫ୍ରାନ୍ସ, ବ୍ରିଟେନ ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଇସ୍ରାଏଲକୁ ସାହାଯ୍ୟ ନ କରିବାକୁ ଚେତାବନୀ ଦିଆଯାଇଥିଲା। ଯିଏ ସାହାଯ୍ୟ କରିବ ତା’ ଉପରେ ଇରାନ ଆକ୍ରମଣ କରିବ ବୋଲି ଖାମେନି ଧମକ ଦେଇଥିଲେ। ଗତ ସପ୍ତାହରେ ରୁ​‌ଷ ଏବଂ ଚୀନ ମଧ୍ୟ ଆମେରିକାକୁ ଚେତାବନୀ ଦେଇଥିଲେ। ଇସ୍ରାଏଲ-ଇରାନ ଯୁଦ୍ଧରେ ସାମିଲ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟ୍ରମ୍ପଙ୍କୁ ଧମକ ଦେଇଥିଲେ। ଏସବୁ ସତ୍ବେ ଆମେରିକା ଯୁଦ୍ଧରେ ପ୍ରବେଶ କରିଛି। ଇରାନ ଉପରେ ଆକ୍ରମଣ କରିବା ପରେ ‘ଏବେ ଶାନ୍ତିର ସମୟ ଆସିଛି’ ବୋଲି ଟ୍ରମ୍ପ ମତ ଦେଇଛନ୍ତି। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପଙ୍ଗୁ କରିଦେବେ ବୋଲି ଟ୍ରମ୍ପ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking