22.1 C
Bhubaneswar
Friday, January 16, 2026
Homeଦେଶ ବିଦେଶସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌; ଅଲକାଏଦା ଆତଙ୍କୀ ନିହତ

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌; ଅଲକାଏଦା ଆତଙ୍କୀ ନିହତ

ସିରିଆ: ଆମେରିକା ସେନା ଶନିବାର ସିରିଆରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଜଡ଼ିତ ଜଣେ ବରିଷ୍ଠ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ‘ଏକ୍ସ’ରେ ଲେଖିଛି ଯେ, ‘‘ୟୁଏସ ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌) ସେନା ଉତ୍ତର-ପଶ୍ଚିମ ସିରିଆରେ ଏକ ଏୟାରଷ୍ଟ୍ରାଇକ୍ କରିଛନ୍ତି। ଏହି ଆକ୍ରମଣରେ ଅଲକାଏଦା ସହ ଜଡ଼ିତ ଆତଙ୍କୀ ସଂଗଠନ ହୁରାସ ଅଲ-ଦିନ(ଐବଊ)ର ଜଣେ ବରିଷ୍ଠ ଆତଙ୍କବାଦୀ ନେତା ମହମ୍ମଦ ୟୁସୁଫ ଜିଆ ତଲୟ ନିହତ ହୋଇଛି। ଏହା ବ୍ୟତୀତ ୟୁଏସ ସେଣ୍ଟ୍ରାଲ କମାଣ୍ଡ ଏହି ଏୟାରଷ୍ଟ୍ରାଇକ ସମୟର ଏକ ଭିଡିଓ ଫୁଟେଜ୍ ମଧ୍ୟ ଶେୟାର କରିଛି। ପ୍ରକାଶ, ଏହି ଅଞ୍ଚଳରେ ଅଲକାଏଦା ଆତଙ୍କୀ ସଂଗଠନ ବେଶ୍ ସକ୍ରିୟ ଥିବା ବେଳେ ଏମାନଙ୍କ ଉପରେ ଆମେରିକା ଫକ୍ଷରୁ ନିୟମିତ ବ୍ୟବଧାନରେ ଆକ୍ରମଣ କରାଯାଇଆସୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking