28.1 C
Bhubaneswar
Thursday, February 5, 2026
Homeଓଡିଶାଜଳ ପରୀକ୍ଷଣ ପରୀକ୍ଷାଗାର ପରିଦର୍ଶନ କଲେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ

ଜଳ ପରୀକ୍ଷଣ ପରୀକ୍ଷାଗାର ପରିଦର୍ଶନ କଲେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ

*ବଡ଼ଦାଣ୍ଡ ଆଲୋକୀକରଣ ବ୍ୟବସ୍ଥା ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ*

ଭୁବନେଶ୍ୱର : ଆଜି ପୁରୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମ୍ପର୍କିତ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକରେ ଯୋଗ ଦେବା ପରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ତଥା ରାଷ୍ଟ୍ରାୟତ୍ତ ଉଦ୍ଯୋଗ ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ର ୱାଟର କର୍ପୋରେସନ ଅଫ ଓଡ଼ିଶା (ୱାଟକୋ) ଦ୍ବାରା ପୁରୀର ସର୍ବୋଦୟ ନଗର ଠାରେ ପିପିପି ମୋଡରେ ପ୍ରତିଷ୍ଠା ହୋଇଥିବା ଜଳ ପରୀକ୍ଷଣ ପରୀକ୍ଷାଗାର ପରିଦର୍ଶନ କରିଛନ୍ତି।

ଏହି ଅବସରରେ ପରୀକ୍ଷାଗାରରେ କିପରି ଭାବରେ ଜଳର ନମୁନା ସଂଗ୍ରହ କରାଯାଉଛି ଏବଂ ଏହାର ପରୀକ୍ଷଣ କରାଯାଉଛି ସେ ସମ୍ପର୍କରେ ପଚାରି ବୁଝିଥିଲେ l

ପରେ ମାନ୍ୟବର ମନ୍ତ୍ରୀ ନିଜ ଉପସ୍ଥିତିରେ ଜଳ ନମୁନାର ମାନ କିପରି ନିର୍ଣ୍ଣୟ କରାଯାଉଛି ସେ ସମ୍ପର୍କିତ ବିଭିନ୍ନ ପରୀକ୍ଷା କରାଇଥିଲେ।
ଏହାପରେ ସେ ପୁରୀ ସମଙ୍ଗ ଗ୍ରାମ ପଞ୍ଚାୟତସ୍ଥିତ ୪୨ଏମଏଲଡି କ୍ଷମତାସମ୍ପନ୍ନ ଜଳ ବିଶୋଧନଗାର ପରିଦର୍ଶନ କରିଥିଲେ । ୱାଟକୋର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଇଂ ପ୍ରଦୀପ୍ତ କୁମାର ସ୍ବାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଜଳ ବିଶୋଧନଗାରର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଡଃ ମହାପାତ୍ର ବଡଦାଣ୍ଡରେ ଆଲୋକୀକରଣ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ୱାଟକୋର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking