18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପ୍ରିଲିମ୍ ପରୀକ୍ଷା ପରେ ଉତ୍ତର ପ୍ରକାଶ କରିବ ୟୁପିଏସ୍‌ସି

ପ୍ରିଲିମ୍ ପରୀକ୍ଷା ପରେ ଉତ୍ତର ପ୍ରକାଶ କରିବ ୟୁପିଏସ୍‌ସି

ନୂଆଦିଲ୍ଲୀ: ୟୁପିଏସସି ପ୍ରାର୍ଥୀମାନଙ୍କ ବର୍ଷ ବର୍ଷ ଧରି ପ୍ରତିରୋଧ ପରେ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ସିଭିଲ୍ ସର୍ଭିସ ପ୍ରିଲିମିନାରି ପରୀକ୍ଷା ପରେ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ଏହାର ଉତ୍ତର ପ୍ରକାଶ କରିବ। ସତ୍ୟପାଠ ଜରିଆରେ ଏହା ସୁପ୍ରିମକୋର୍ଟଙ୍କୁ ୟୁପିଏସସି ଏହା ଜଣାଇଛି । ଜଷ୍ଟିସ୍ ପିଏସ୍ ନରସିଂହାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ ଦାଖଲ କରି ଜଣାଇଛି । ପୂର୍ବରୁ ସିଭିଲ୍ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ପରୀକ୍ଷା ଶେଷ ହେବା ପରେ ହିଁ ଉତ୍ତର ପ୍ରକାଶ କରାଯାଉଥିଲା । ଏବେ ପ୍ରିଲିମ୍ ପରୀକ୍ଷା ପରେ ଉତ୍ତର ପ୍ରକାଶ କରିବ । ସିଭିଲ୍ ସର୍ଭିସ୍ ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ଜବାବ ରଖିବା ପାଇଁ ୟୁପିଏସସିକୁ ସୁପ୍ରିମକୋର୍ଟ କହିଥିଲେ। ଗତ ମେ ମାସରେ ଯୁପିଏସସି ଏଥିରେ ଆପତ୍ତି ଦର୍ଶାଇଥିଲା। ଏବେ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ପ୍ରିଲିମ୍ ପରୀକ୍ଷା ପରେ ଉତ୍ତର ପ୍ରକାଶ କରିବ ବୋଲି ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking