26.1 C
Bhubaneswar
Friday, March 6, 2026
Homeଦେଶ ବିଦେଶୟୁପିଏସସି ୨୦୨୫ ରେଜଲ୍ଟ ପ୍ରକାଶ

ୟୁପିଏସସି ୨୦୨୫ ରେଜଲ୍ଟ ପ୍ରକାଶ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ୨୦୨୫ ସିଭିଲ ସର୍ଭିସ ପରୀକ୍ଷା ଫଳ । ସମୁଦାୟ ୯୫୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।ଅନୁଜ ଅଗ୍ନିହୋତ୍ରୀ ଆଇଏଏସ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ, ତୃତୀୟରେ ଆକାଂକ୍ଷା ଧୂଲ ରହିଛନ୍ତି । ଚତୁର୍ଥରେ ରାଘବ ଝୁନଝୁନୱାଲା, ପଞ୍ଚମରେ ଇଶାନ ଭଟ୍ଟନାଗର ରହିଛନ୍ତି । ଷଷ୍ଠରେ ଜିନିଆ ଅରୋରା , ସପ୍ତମରେ ରାଜାହ ମହାଇଦିନ , ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ୱଳ ପ୍ରିୟଙ୍କ ରହିଛନ୍ତି । ୧୦୦ ତମ ସ୍ଥାନରେ ଓଡିଶାର ସାତ୍ତ୍ୱିକ ସତ୍ୟକାମ ଦେବତା ରହିଛନ୍ତି । ୧୨୧ ତମ ସ୍ଥାନରେ ଅମ୍ରିତ ମହାପାତ୍ର ରହିଛନ୍ତି ।  ପ୍ରାର୍ଥୀମାନେ କମିଶନର ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ। ସୂଚନା ଥାଉ କି ,ୟୁପିଏସସି ପରୀକ୍ଷା ୨୫ ମଇ ୨୦୨୫ ରେ ଅନୁଷ୍ଠିତ ପ୍ରିଲିମ୍ସ ସହିତ ଆରମ୍ଭ ହୋଇଥିଲା। ମୁଖ୍ୟ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା। ପୂର୍ବ ଧାରା ଅନୁଯାୟୀ, ସାଧାରଣତଃ ସାକ୍ଷାତକାର ଶେଷ ହେବାର ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking