23.9 C
Bhubaneswar
Thursday, October 24, 2024
Homeଓଡିଶାଉପୁଡ଼ିଲା ବିରାଟକାୟ ବୃକ୍ଷ: ରାସ୍ତା ସଫା କଲେ ବିଧାୟକ

ଉପୁଡ଼ିଲା ବିରାଟକାୟ ବୃକ୍ଷ: ରାସ୍ତା ସଫା କଲେ ବିଧାୟକ

ମୟୁରଭଞ୍ଜ: ବାତ୍ୟା ‘ଦାନା’ ପ୍ରଭାବରେ ପବନ ବର୍ଷା ଜୋର ଧରିଥିବାବେଳେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା-ରୁପ୍‌ସା ରାସ୍ତାର କଦଳିଆ ଛକ ନିକଟରେ ଏକ ବିରାଟକାୟ ବଟବୃକ୍ଷ ରାସ୍ତା ଉପରେ ଉପୁଡ଼ି ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି। ସୂଚନା ଅନୁଯାଇ ବାତ୍ୟା ପ୍ରଭାବରେ ପବନର ବେଗ କ୍ରମଶଃ ବୃଦ୍ଧି ପାଉଥିବାରୁ ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାର କଦଳିଆ ଛକ ନିକଟରେ ଥିବା ଏକ ବିରାଟକାୟ ବରଗଛ ଉପୁଡି ଯାଇ ରାସ୍ତା ଉପରେ ପଡିଛି, ଯେଉଁଥିପାଇଁ ବ୍ୟସ୍ତବହୁଳ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଦୁର୍ଭାଗ୍ୟବଶତଃ ନଗର ଉନ୍ନୟନ ଓ ସାଧାରଣ ଅଭିଯୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସେହି ରାସ୍ତାରେ ମୋରଡ଼ା ଓ ରାସଗୋବିନ୍ଦପୁର ଗସ୍ତରେ ଯାଉଥିବାବେଳେ ସେହିଠାରୁ ଫେରିଯାଇ ଅନ୍ୟ ରାସ୍ତାରେ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking