26.1 C
Bhubaneswar
Saturday, March 7, 2026
Homeଓଡିଶାଗଞ୍ଜାମ ଜିଲ୍ଲାପରିଷଦ ବୈଠକରେ ହୋହଲ୍ଲା

ଗଞ୍ଜାମ ଜିଲ୍ଲାପରିଷଦ ବୈଠକରେ ହୋହଲ୍ଲା

ଗଞ୍ଜାମ: ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ୮ମ ଜିଲାପରିଷଦ ବୈଠକରେ ଶୁକ୍ରବାର ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଥିଲା। ହୋ-ହଲ୍ଲା ସହିତ ପୂର୍ବସରକାର ଏବଂ ବର୍ତ୍ତମାନର ସରକାରକୁ ନେଇ ଆରୋପ ଏବଂ ପ୍ରତ୍ୟାରୋପ ଚାଲିଲା। କିଛି ସମୟ ପର୍ଯ୍ୟନ୍ତ ବୈଠକ ବନ୍ଦ ରହିଥିଲା। ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ତହସିଲ ନିକଟ ଏକ ଆର୍‌ଡି ରାସ୍ତା ଏ ପର୍ଯ୍ୟନ୍ତ ଏମ୍‌ପି ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ବିବାଦ ଯୋଗୁ ସାଧାରଣ ଜନତା ବିଭିନ୍ନ ଅସୁବିଧା ଭୋଗୁଛନ୍ତି ବୋଲି ୫୪ ନଂ ଜିଲାପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ ଗୃହରେ ଆର୍‌ଡି ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କହିଥିଲେ ଏମ୍‌ପି ଓ ମନ୍ତ୍ରୀଙ୍କ ମଧ୍ୟରେ ବିବାଦ ନାହିଁ। ପୂର୍ବ ସରକାରଙ୍କ କରିଥିବା କାର୍ଯ୍ୟ ଯୋଗୁ ଆଜି ଆମେ ଅସୁବିଧା ଭୋଗୁଛୁ ବୋଲି ସମାଲୋଚନା କରିଲା ବେଳେ ବିଧାୟକଙ୍କ କଥାକୁ ନେଇ ବହୁ ବିଜେଡି ଜିଲାପରିଷଦ ସଭ୍ୟାସଭ୍ୟ ପ୍ରତିବାଦ କରିଥିଲେ। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଶିବଦାଶ ଜିଲାପରିଷଦ ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରାଙ୍କୁ ‘ହୁ ଆର ୟୁ’ ପଚାରିବାରୁ ଏହାକୁ ନେଇ ‘ହୁ ଆର୍‌ ୟୁ’ ପ୍ରଶ୍ନ ରକ୍ତ ଗରମ ସହିତ ବିଧାୟକଙ୍କ ପ୍ରତିନିଧି କଥାକୁ ବିଜେଡି ଜିଲାପରିଷଦ ସଭ୍ୟାସଭ୍ୟ ବିରୋଧ କରି ପ୍ରତିବାଦ କରିଥିଲେ। ଜିଲା କ୍ଷମା ପ୍ରାର୍ଥନା ଦାବିରେ ସଦସ୍ୟମାନେ ମଧ୍ୟ ବୈଠକ ମଞ୍ଚ ତଳେ ବସି ପ୍ରତିବାଦ କରିଥିଲେ। ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧିଙ୍କୁ ଗୃହରୁ ବାହାରକୁ ଯିବାକୁ କହିଥିଲେ। ଏହା ସହ ଜିଲାପାଳଙ୍କ ଆଦେଶକ୍ରମେ ତାଙ୍କ ପିଏସଓ ଆସି ମଧ୍ୟ ତାଙ୍କୁ ଚାଲିଯିବାକୁ କହିଥିଲେ। ପରେ ବିଧାୟକଙ୍କ ପ୍ରତିନିଧି ଗୃହ ବାହାରକୁ ଚାଲିଯାଇଥିଲେ। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଏବଂ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଜିଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତ ସ୍ବାଭାବିକ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking