କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । କାଲି ନାରାୟଣଙ୍କ ବିଭନ୍ନ ଜାଗାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉରେ ୩ ଟି ବହୁତଳ କୋଠା , ୧୩ ଟି ପ୍ଲଟ ଠାବ ହୋଇଥିଲା । ସୂଚନା ଯୋଗ୍ୟ ଯେ , ଗତ କାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ କରିଥିଲା । ଏକାକାଳୀନ ୧୦ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ ଟିମ । ଭୁବନେଶ୍ୱର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ ଟି ସ୍ଥାନରେ ଚଢାଉ ହୋଇଥିଲା । ଭୁବନେଶ୍ୱର ଝାରପଡାରେ ଗୋଟିଏ ତିନି ମହଲା ଓ ଏକ ମହଲା ଘର ଓ ଭଦ୍ରକରେ ତିନି ମହଲା ଓ ଦୁଇ ମହଲା ଘର ରହିଥିଲା । କାମାକ୍ଷାନଗର ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଆବାସିକ ଘରେ ରେଡ଼ ହୋଇଥିବା ବେଳେ । ଭଦ୍ରକ ବାସୁଦେବପୁର ପୈତୃକ ଘର, ଭଦ୍ରକ ବରୁଣାଇରେ ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡ଼ିଆରେ ଜଣେ ସହଯୋଗୀଙ୍କ ଘର, ମୟୁରଭଞ୍ଜ ରାଇରଙ୍ଗପୁରରେ ଅନ୍ୟଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଥିଲା । ରେଡରେ ଦଶ ଜଣ ଡିଏସପି ଓ ତିନି ଜଣ ଇନ୍ସପେକ୍ଟର ରେଡରେ ସାମିଲ ହୋଇଥିଲେ । ଆୟବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଥିବା ବେଳେ ଏ ନେଇ ଆଜି ଗିରଫ ହୋଇଛନ୍ତି ଉପଜିଲ୍ଲାପାଳ ।