19.1 C
Bhubaneswar
Thursday, February 12, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ଅର୍ଥ ରାଜ୍ୟ ଅସହାୟ ସ୍ଥିତିରେ ଅଛି: ବିଜେଡି

ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ଅର୍ଥ ରାଜ୍ୟ ଅସହାୟ ସ୍ଥିତିରେ ଅଛି: ବିଜେଡି

– ଭିଜିଲାନ୍ସ ସଚେତନ ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ହେୟଜ୍ଞାନ ବୟାନକୁ ବିଜେଡିର କଟାକ୍ଷ
– ଦୁର୍ନୀତି ନିବାରଣ କ୍ଷେତ୍ରରେ ନବୀନଙ୍କ ଶୁନ୍ୟ ସହନଶୀଳ ନୀତି ପାଇଁ ଓଡିଶା ସୁନାମ ପାଇଛି

ଭୁବନେଶ୍ୱର : ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟରେ ତାଙ୍କ କଥାକୁ ହେୟଜ୍ଞାନ କରିବେ ନାହିଁ ଓ ତାଙ୍କ ସରକାରଙ୍କ ଏବେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କେବଳ ଟ୍ରେଲର ଓ ପୁରା ଫିଲ୍ମ ଆସିବା ବାକି ଅଛିକୁ ବିଜୁ ଜନତା ଦଳ ତରଫରୁ ଦୃଢ଼ ସମାଲୋଚନା କରାଯାଇଛି। ଶଙ୍ଖଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ଃ ଲେନିନ ମହାନ୍ତି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ବୋଲି ଜାଣି ଆମେ ଦୁଃଖିତ । ମୁଖ୍ୟମନ୍ତ୍ରୀକୁ ହେୟଜ୍ଞାନ କରାଯାଉଛି ଅର୍ଥ ସରକାର ଅସହାୟ ଅବସ୍ଥାରେ ଅଛନ୍ତି, ଆଉ ସରକାର ଅସହାୟ ରହିଲେ ରାଜ୍ୟ ମଧ୍ୟ ଅସହାୟ ହୋଇ ପଡିବ।

ଏଣୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ, କିଏ କେଉଁ ପରିସ୍ଥିତିରେ ତାଙ୍କୁ ହେୟଜ୍ଞାନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଏବେ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକ କେବଳ ଟ୍ରେଲର ଉକ୍ତି ଉପରେ ସେ କହିଥିଲେ, ଆମେ ଦେଖିଥିଲୁ, ମୁଖ୍ୟମନ୍ତ୍ରୀ ନିକଟରେ ଏକ ଯାତ୍ରା ପେଣ୍ଡାଲରେ ଡାଇଲଗ ବାଜି କରୁଥିଲେ। ସମ୍ଭବତଃ, ସେହି କାରଣରୁ ସେ ଟ୍ରେଲର ଓ ଫିଲ୍ମ ଉକ୍ତି ବାଢୁଛନ୍ତି। ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେଇ ବିଫଳତାକୁ ଲୁଚାଇବାକୁ ଯାଇ ଡାଇଲଗ ବାଜି କରାଯାଉଛି ବୋଲି ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ଃ ଲେନିନ ମହାନ୍ତି କହିଥିଲେ।

ଦଳର ଅନ୍ୟତମ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ, ରାଜ୍ୟରେ ଭିଜିଲାନ୍ସ ସଚେତନ ସପ୍ତାହ ପାଳନ କରାଯାଉଛି, ଯାହା ଏକ ବାର୍ଷିକ କାର୍ଯ୍ୟକ୍ରମ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟରେ ଏକ ସୁଦୃଢ଼ ଦୁର୍ନୀତି ନିବାରଣ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା। ଦୁର୍ନୀତି ବିରୋଧରେ ଶୁନ୍ୟ ସହନଶୀଳତା ନୀତି ଅଵଲଂବନ କରା ଯାଇଥିଲା। ଓଡ଼ିଶାର ଦୁର୍ନୀତି ନିବାରଣ ବ୍ୟବସ୍ଥାକୁ ଏକାଧିକ ଥର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିବାରେ ସାରା ଭାରତରେ ଓଡିଶା ତୃତୀୟ ସ୍ଥାନ ଅଧିକାର କରିଥିଲା। ଦୁର୍ନୀତିଖୋର ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟରେ ଏକୋଇଶ ଜଣ ପ୍ରସିକ୍ୟୁସନ ଲିଆସନ ଅଫିସର ନିଯୁକ୍ତି ଦିଆ ଯାଇଥିଲା, ଯାହା ଯୋଗୁ ପ୍ରସିକ୍ୟୁସନ କ୍ଷେତ୍ରରେ ଓଡିଶା ଏକ ନମ୍ବର ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଥିଲା। ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ନବୀନଙ୍କ ପଦକ୍ଷେପ ଯୋଗୁ ଓଡିଶା ସାରା ଭାରତରେ ସୁନାମ ହାସଲ କରିଥିଲା ଓ ଅନେକ ରାଜ୍ୟ ଏହି କାର୍ଯ୍ୟକ୍ରମକୁ ଆପଣେଇଥିଲେ ବୋଲି ଶ୍ରୀ ପଣ୍ଡା କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking