15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ୨୦୨୫ରୁ ଚାଷୀଙ୍କ ପାଇଁ ବିନା ଗ୍ୟାରେଣ୍ଟି ଋଣ

୨୦୨୫ରୁ ଚାଷୀଙ୍କ ପାଇଁ ବିନା ଗ୍ୟାରେଣ୍ଟି ଋଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ଚାଷୀଙ୍କୁ ନୂଆ ବର୍ଷରେ ଉପହାର ଦେବାକୁ ଯାଉଛନ୍ତି । ଏବେ ଚାଷୀ ବିନା ଗ୍ୟାରେଣ୍ଟିରେ ଅଧିକ ଟଙ୍କା ଋଣ ନେଇ ପାରିବେ। ଆରବିଆଇ ୧ ଜାନୁୟାରୀ ୨୦୨୫ରୁ ଚାଷୀଙ୍କ ଲାଗି ବିନା ଗ୍ୟାରେଣ୍ଟି ଋଣ ୧.୬ଲକ୍ଷ ଟଙ୍କାରୁ ବଢାଇ ୨ଲକ୍ଷ ଟଙ୍କା କରିଦେଇଛନ୍ତି। କୃଷି କାର୍ଯ୍ୟ ନିମନ୍ତେ ବଢୁଥିବା ବ୍ୟୟକୁ ନଜରରେ ରଖି କ୍ଷୁଦ୍ର ଓ ସୀମାନ୍ତ ଚାଷୀଙ୍କ ସହାୟତା ନିମନ୍ତେ ଆରବିଆଇ ଏହି ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ବ୍ୟାଙ୍କମାନଙ୍କୁ ପ୍ରତ୍ୟେକ ଋଣୀଙ୍କ ନିମନ୍ତେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଓ ସମ୍ପର୍କିତ ଗତିବିଦ୍ଧି ଋଣ ଗ୍ୟାରେଣ୍ଟି ଓ ମାର୍ଜିନ ଆବଶ୍ୟକତା କ୍ଷମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର କୃଷି ମନ୍ତ୍ରାଳୟଙ୍କ ଅନୁସାରେ ଏହା ଫସଲ ପାଇଁ ବଢୁଥିବା ବ୍ୟୟ ଓ ଚାଷୀଙ୍କ ନିମନ୍ତେ ଋଣ ପହଞ୍ଚ ସୁଗମ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ବୟାନରେ କୁହାଯାଇଛି ଯେ ଏହି ଉପାୟ ଯୋଗୁ ୮୬ ପ୍ରତିଶତରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବେଶ୍ ଲାଭ ମିଳିବ। ବ୍ୟାଙ୍କମାନଙ୍କୁ ଗାଇଡଲାଇନ ଲାଗୁ କରିବାକୁ ଓ ନୂଆ ଋଣ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଯୋଗୁ କିଷାନ କ୍ରେଡିଟ କାର୍ଡ (କେସିସି) ଋଣ ମଧ୍ୟ ମିଳିବା ସହଜ ହୋଇଯିବ। ଏହି ଯୋଜନାରେ ସରକାର ବାର୍ଷିକ ୪ ପ୍ରତିଶତ ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି। ଆରବିଆଇଙ୍କ ଏହି ନିଷ୍ପତ୍ତି ପରେ ଏବେ ବିନା କୌଣସି ଗ୍ୟାରେଣ୍ଟି ଅଥବା ବନ୍ଧକର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ। ଋଣର ଏହି ବର୍ଦ୍ଧିତ ରାଶି ୧ ଜାନୁୟୀରା ୨୦୨୫ରୁ ଲାଗୁ ହେବ। ଫଳରେ ଏବେ ଚାଷୀ ତାଙ୍କ ଫସଲ ବାବଦ ବ୍ୟୟ ସହଜରେ ପୁରଣ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀ ପରିବାରଙ୍କୁ ପ୍ରତି ବର୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking