27.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଜାତିସଂଘର ଭୟାନକ ଚେତାବନୀ

ଜାତିସଂଘର ଭୟାନକ ଚେତାବନୀ

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ଏକ ସାଂଘାତିକ ଚେତାବନୀ ଦିଆଯାଇଛି । ଜାତିସଂଘ ନିଜ ଚେତାବନୀରେ ଦର୍ଶାଇଛି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨ ଦିନରେ ଯୁଦ୍ଧ ଅବଶେଷରେ ପରିଣତ ହୋଇଥିବା ଗାଜାଷ୍ଟ୍ରିପ୍‌୍‌ରେ ପ୍ରାୟ ୧୪୦୦୦ ଶିଶୁ ପ୍ରାଣ ହରାଇବେ । ଏହି ସମୟ ସୁଦ୍ଧା ଯଥେଷ୍ଟ ପରିମାଣର ସହାୟତା ଏଠାରେ ପହଞ୍ôଚପାରିଲେ ହୁଏତ ଏପ୍ରକାର ସଂକଟକୁ ଏଡାଯାଇପାରିବ । ନଚେତ୍ ଖାଦ୍ୟାଭାବ ତଥା ଆବଶ୍ୟକୀୟ ମେଡିକାଲ ସୁବିଧା ନପାଇବା କାରଣରୁ ଏତେ ସଂଖ୍ୟକ ପିଲମାନେ ମୃତ୍ୟୁମୁଖରେ ପଡ଼ିବା ନିଶ୍ଚିତ । ଗତ ବର୍ଷାଧିକ କାଳ ଇସ୍ରାଏଲ୍ ପକ୍ଷରୁ ଘନଘନ ଆକ୍ରମଣରେ ଗାଜା ଷ୍ଟ୍ରିପ୍ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି । ଏଠାରେ ଏବେ ବି ଜୀବିତ ଥିବା କିଛି ଲୋକଙ୍କୁ ରିଲିଫ୍ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି । ଇସ୍ରାଏଲ୍ ସେନା ଏବେ ବି ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ଇସ୍ରାଏଲ୍ ସେନା ପାଲେଷ୍ଟାଇନର ଏହି ଅଞ୍ଚଳକୁ ଦୀର୍ଘ ୧୧ ସପ୍ତାହ ଧରି ସମ୍ପୂର୍ଣ୍ଣ ଅବରୋଧ କରି ରଖିଥିବା ବେଳେ ଏବେ କେବଳ ସୀମିତ ସାହାଯ୍ୟ ପ୍ରବେଶ କରିବାକୁ ଅନୁମତି ଦେଉଛନ୍ତି । ଆମେରିକା, କାନାଡା, ଫ୍ରାନ୍ସ ଏବଂ ବ୍ରିଟେନ୍ ଆଦି ଦେଶ ପକ୍ଷରୁ ଚାପ ପ୍ରୟୋଗ କରାଯିବା ପରେ ଇସ୍ରାଏଲ୍ ଏଠାକୁ ସହାୟତା ଯୋଗାଣ କରିବାକୁ ଅନୁମତି ପ୍ରଦାନ କରିଛି । ସୂଚନାଯୋଗ୍ୟ, ଏସବୁ ଦେଶର ଶାସକମାନେ ଗାଜାରେ ଇସ୍ରାଏଲର ଏପ୍ରକାର ଅବରୋଧ କରାଯିବା କାର୍ଯ୍ୟ’କୁ ନିନ୍ଦା କରିବା ଏବଂ ମାନବିକ ସହାୟତା ଉପରେ ପ୍ରତିବନ୍ଧକ ନହଟାଇଲେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେବା ପରେ ଜାତିସଂଘ ପକ୍ଷରୁ ଏପ୍ରକାର ମନ୍ତବ୍ୟ ଆସିଛି ।

ବିବିସି ରେଡିଓ-୪କୁ ସାକ୍ଷାତକାର ଦେବା ଅବସରରେ ଜାତିସଂଘ ମାନବାଧିକାର ଆୟୋଗ ମୁଖ୍ୟ ଟମ୍ ଫ୍ଲେଚର କହିଛନ୍ତି ଯେ, ସୋମବାର ଦିନ ଶିଶୁମାନଙ୍କ ପାଇଁ ଖାଦ୍ୟ ସମେତ ମାନବିକ ସହାୟତା ବୋଝେଇ ୫ ଟ୍ରକ ଗାଜାରେ ପ୍ରବେଶ କରିପାରିଛି । ତେବେ ଏହା ଯଥେଷ୍ଟ ନୁହେଁ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପୁଜିବାକୁ ଥିବା ସଂକଟର ଆଶଙ୍କାକୁ ଦୃଷ୍ଟିରେ ରଖି ଏଠାକୁ ଆହୁରି ପର୍ଯ୍ୟାପ୍ତ ପରିମାଣର ରିଲିଫ୍ ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି । ଯୁଦ୍ଧଗ୍ରସ୍ତ ଏହି ଅଞ୍ଚଳରେ ଯଦି ଅଧିକ ସହାୟତା ନ ପହଞ୍ଚେ, ତେବେ ୪୮ ଘଣ୍ଟା ମଧ୍ୟରେ ଗାଜାରେ ୧୪ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇପାରେ । ଫ୍ଲେଚର ସୂଚନା ଦେଇ କହିଛନ୍ତି ଯେ, ଜାତିସଂଘ ପକ୍ଷର ଆହୁରି ୧୦୦ ଟ୍ରକ୍ ବୋଝେଇ ପୁଷ୍ଟିସାରଯୁକ୍ତ ଖାଦ୍ୟ ଗାଜା ଅଭିମୁଖେ ପଠାଯାଇସାରିଥିଲେ ମଧ୍ୟ ଏଠାରେ ପହଞ୍ôଚବାକୁ ଆହୁରି କିଛି ସମୟ ଲାଗିବ । ଫ୍ଲେଚର କହିଛନ୍ତି ଯେ, ଆବଶ୍ୟକତା ଆକଳନ ବା ମୂଲ୍ୟାଙ୍କନ କରିବା ପାଇଁ ଜାତିସଂଘ ଦଳଗୁଡ଼ିକ ଚିକିତ୍ସା କେନ୍ଦ୍ର ଏବଂ ସ୍କୁଲ ଭଳି ସ୍ଥାନରେ କାର୍ଯ୍ୟ କରୁଛନ୍ତି ।

ପ୍ରକାଶ, ଗାଜାରେ ଆସନ୍ନ ଦୁର୍ଭିକ୍ଷ ଉପରେ ଅନ୍ତର୍ଜାତୀୟ ଚାପ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ରାତିରେ ୧୧ ସପ୍ତାହ ଧରି ଜାରି ରହିଥିବା ଏକ ବିନାଶକାରୀ ସହାୟତା ଅବରୋଧକୁ କୋହଳ କରିବାକୁ ବାଧ୍ୟ ହୋଇଥିଲେ । ସେ କହିଥିଲେ ଯେ “କୂଟନୈତିକ କାରଣରୁ ଗାଜାରେ “କ୍ଷୁଧା ସଙ୍କଟ’କୁ ରୋକିବା ଇସ୍ରାଏଲ ପାଇଁ ଆବଶ୍ୟକ – କିନ୍ତୁ କେବଳ ଏକ ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking