23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଦଣ୍ଡନୀୟ ଅପରାଧ ନୁହେଁ: ଛତିଶଗଡ଼ ହାଇକୋର୍ଟ

ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଦଣ୍ଡନୀୟ ଅପରାଧ ନୁହେଁ: ଛତିଶଗଡ଼ ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରାପ୍ତ ବୟସ୍କ ସ୍ତ୍ରୀଙ୍କ ସହ ନିଜ ସ୍ୱାମୀ ଅପ୍ରାକୃତିକ ଯୌନକ୍ରିୟା ଅପରାଧ ନୁହେଁ। ଏଭଳି ରାୟ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ। ପତ୍ନୀଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା କିମ୍ବା ତାଙ୍କୁ ଅପ୍ରାକୃତି ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବା ନେଇ ବିଭିନ୍ନ ରାଜ୍ୟର ହାଇକୋର୍ଟ ଭିନ୍ନଭିନ୍ନ ମତ ରଖିଛନ୍ତି। ଏହାକୁ ନେଇ ଅନେକ ସମୟରେ ବିତର୍କ ମଧ୍ୟ ହୋଇଛି।

କିନ୍ତୁ ଛତିଶଗଡ ହାଇକୋର୍ଟଙ୍କ ଏବେ ଏଭଳି ରାୟ ଦେଇଛନ୍ତି। ଛତିଶଗଡ ହାଇକୋର୍ଟ ଏକ ସାମ୍ପ୍ରତିକ ରାୟରେ କହିଛନ୍ତି ଯେ ଜଣେ ପୁରୁଷ ଏବଂ ତାଙ୍କ ପ୍ରାପ୍ତ ବୟସ୍କ ପତ୍ନୀଙ୍କ ମଧ୍ୟରେ ଅପ୍ରାକୃତିକ ଯୌନକ୍ରିୟା ଦଣ୍ଡଯୋଗ୍ୟ ନୁହେଁ। ଏହି ମାମଲାରେ ଜଣେ ପୁରୁଷଙ୍କ ପତ୍ନୀ ଅପ୍ରାକୃତିକ ଯୌନକ୍ରିୟା ପରେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ଡାକ୍ତର କହିଛନ୍ତି ଯେ ତାଙ୍କର ପେରିଟୋନାଇଟିସ୍ ଏବଂ ମଳଦ୍ୱାର ପ୍ରବଳ ଆଘାତ ଲାଗିଥିଲା। ଭାରତରେ ଆଇନ ଅନୁଯାୟୀ, ବୈବାହିକ ଦୁଷ୍କର୍ମ ଏକ ଦଣ୍ଡନୀୟ ଅପରାଧ ନୁହେଁ । ଯଦି ଜଣେ ବ୍ୟକ୍ତି ତାଙ୍କ ପ୍ରାପ୍ତ ବୟସ୍କ ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତିକ ଶାରିରୀକ ସମ୍ପର୍କ ରଖୁଛନ୍ତି, ତା ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯାଇପାରିବନାହିଁ । ପତ୍ନୀଙ୍କ ସହ ତାଙ୍କ ସ୍ୱାମୀ ଯେକୌଣସି ପ୍ରକାରର ଶାରୀରିକ ସମ୍ପର୍କ ରଖିପାରିବେ ବୋଲି କହିଛନ୍ତି ଛତିଶଗଡ଼ ହାଇକୋର୍ଟ । ହାଇକୋର୍ଟ ବିଚାରପତି ଜଷ୍ଟିସ ନରେନ୍ଦ୍ର କୁମାର ବ୍ୟାସ ଜଗଦଲପୁରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦୋଷ ମୁକ୍ତ କରିଛନ୍ତି । ପୂର୍ବରେ ଏହି ବ୍ୟକ୍ତି ଜଣଙ୍କ ଦୁଷ୍କର୍ମ ଓ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ବ୍ୟକ୍ତି ଜଣଙ୍କୁ ୨୦୧୭ରେ ଗିରଫ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ବସ୍ତର ଜିଲ୍ଲାର ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କ ପତ୍ନୀଙ୍କ ମୃତ୍ୟୁ ହେବାରୁ ତାଙ୍କୁ ଆଇପିସିର ଧାରା ୩୭୬(ଦୁଷ୍କର୍ମ), ୩୭୭(ଅପ୍ରାକୃତିକ ଯୌନ ସମ୍ପର୍କ) ଓ ୩୦୪ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ହାଇକୋର୍ଟ ଏଥରର ରାୟରେ ଅପ୍ରାକୃତିକ ଯୌନକ୍ରିୟାକୁ ମଧ୍ୟ ଦଣ୍ଡ ପରିସରରୁ ବାହାର କରିଦେଇଛନ୍ତି। ଅପ୍ରାକୃତିକ ଯୌନକ୍ରିୟା ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ଟ୍ରାଏଲ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରିଥିଲେ ବି ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି । ବିଚାରପତି କହିଛନ୍ତି, “ଯଦି ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ ନୁହେଁ, ତା ହେଲେ ସ୍ୱାମୀଙ୍କ ଦ୍ୱାରା ଯେକୌଣସି ପ୍ରକାରର ଶାରୀରିକ ସମ୍ପର୍କକୁ କେବେ ହେଲେ ଦୁଷ୍କର୍ମ ଭାବେ ବିବେଚନା କରାଯାଇପାରିବ ନାହିଁ । ସେହିପରି ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତି ଯୌନ ସମ୍ପର୍କ ମଧ୍ୟ ଏପରି ସ୍ଥିତିରେ ନିଜର ଗୁରୁତ୍ୱ ହରାଇଥାଏ।” ତେବେ ସ୍ୱାମୀଙ୍କ ଦ୍ୱାରା ଯେକୌଣସି ପ୍ରକାରର ଯୌନ ସମ୍ପର୍କ କିମ୍ବା ଯୌନକ୍ରିୟାକୁ ବଳାତ୍କାର ବୋଲି କୁହାଯାଇ ପାରିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking