14.1 C
Bhubaneswar
Thursday, January 15, 2026
Homeଓଡିଶାଅଶୁଭ ଶନିବାର: ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଅଶୁଭ ଶନିବାର: ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଭୁବନେଶ୍ୱର: ଶନିବାର ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର, ରାୟଗଡ଼ା ଓ ବଲାଙ୍ଗୀରେ ଦୁର୍ଘଟଣା ଘଟି ୨ଜଣ ଲେଖାଏଁ ମୋଟ୍ ୬ ଜଣଙ୍କ ଜୀବନ ଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୋରବେଲା ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି, ରୋହିତ ପୂଜାରୀ ଓ ରାଜୁ ପାଣ୍ଡେ। ଗତ ତିନି ଦିନ ହେଲା ରାସ୍ତା କଡ଼ରେ ଏକ ଟ୍ରକ ଖରାପ ହୋଇ ଠିଆ ହୋଇ ରହିଥିଲା। ରୋହିତ ଓ ରାଜୁ ଆଜି ସେହି ରାସ୍ତାରେ ବାଇକ୍‌ରେ ଯାଉଥିବା ବେଳେ ଭାରସ୍ୟାମ ହରାଇ ଟ୍ରକ୍ ପଛରେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦ୍ରୁତଗତି ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ରାଇଘର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ସହିତ ଉଭୟ ଟ୍ରକ୍ ଓ ବାଇକ୍‌କୁ ଜବତ କରିଛି।

ସେହିପରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ବୁରୁଜୁଗୁଡ଼ା ନିକଟରେ ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଗୋବର୍ଦ୍ଧନର ଦେବାଶିଷ ସାହୁ ହୋଇଥିବା ବେଳେ ଅନ୍ୟ ଜଣେ ମୁନିଗୁଡ଼ା ଥାନା ବାଙ୍କିଲି ଗ୍ରାମର ଅର୍ଜୁନ ଶିକକା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ପରେ ଉଭୟଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବଲାଙ୍ଗିର ଜିଲ୍ଲା ସଇଁତଳାର ବରାହମାଲ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ରାମପୁର ଓ ବିଜେପୁର ଅଞ୍ଚଳ ପ୍ରଶାନ୍ତ ନାଏକ(୩୦) ଓ ହେମନ୍ତ ନାଏକ (୩୦)। ଉଭୟ ଘରୁ ଭବାନୀପାଟଣା ଯାଉଛୁ କହି ବାହାରି ଥିଲେ। କିନ୍ତୁ ଅନ୍ୟ କୌଣସି କାମରେ ସଇଁତଲା ଥାନା ଅଞ୍ଚଳକୁ ଆସି ଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥ ବରାହମାଳ ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇ ଫେରାର ମାରିଥିଲା। ଦୁର୍ଘଟଣାରେ ଦୁଇ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଖବର ପାଇ ପୁଲିସ ଉଭୟଙ୍କୁ ଉଦ୍ଧାର କରି ସଇଁତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking